ଦୁବାଇରୁ କୋଲକାତା ଦେଇ ଭଦ୍ରକରେ ପହଂଚିଥିଲେ ଚତୁର୍ଥ କରୋନା ପଜିଟିଭ୍

ଭୁୁବନେଶ୍ୱର,ଏନ୍ଏନ୍ଏସ୍ : ଚତୁର୍ଥ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ୨୯ ବର୍ଷୀୟ ଯୁବକ ଜଣକ ଗତ ମାର୍ଚ୍ଚ ୧୮ ତାରିଖରେ ଦୁବାଇରୁ ଇକେ -୫୭୦ ଫ୍ଲାଇଟ୍ ଯୋଗେ କୋଲକାତାରେ ପହଂଚିଥିଲେ । କୋଲକାତା ଏୟାରପୋର୍ଟରୁ ସେ ଏକାକୀ ଏକ ଟ୍ୟାକ୍ସି ଯୋଗେ ହାୱଡା ରେଲୱେ ଷ୍ଟେସନରେ ପହଂଚିଥିଲେ । ସେହିଦିନ ହିଁ ସେ ସେଠାରୁ ଇଷ୍ଟକୋଷ୍ଟ ଏକ୍ସପ୍ରେସର ଏସ୍ -୧୧ କୋଚ୍ ନଂ ରେ ଭଦ୍ରକ ଷ୍ଟେସନ୍ ରେ ପହଂଚିଥିଲେ । ସେଠାରୁ ଅଟୋ ଯୋଗେ ଘରକୁ ଯାଇଥିଲେ । ହୋମ୍ କ୍ୱାରେଂଟାଇନରେ ଥିବା ବେଳେ ଗତ ମାର୍ଚ୍ଚ ୩୦ ତାରିଖରେ ଯାଂଚ ପାଇଁ ତାଙ୍କ ଠାରୁ ନମୂନା ସଂଗ୍ରହ କରାଯାଇଥିଲା । ୩୧ ତାରିଖରେ ତାଙ୍କ ଯାଂଚ ରିପୋର୍ଟ ପଜିଟିଭ୍ ଆସିଥିଲା ।