ଭୁବନେଶ୍ଵର,ଏନ୍ଏନ୍ଏସ୍: ରାଜ୍ୟରେ ୪ର୍ଥ କରୋନା ରୋଗୀ ଚିହ୍ନଟ। ଲକ୍ଡାଉନ୍ ପରେ ବି ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି।ବ୍ୟକ୍ତି ଜଣକ ୨୯ ବର୍ଷ ବୟସ୍କ ଓ ସେ ଭଦ୍ରକ ଜିଲ୍ଲାର ବୋଲି ଜଣା ପଡ଼ିଛି । ବ୍ୟକ୍ତି ଜଣକ ନିକଟରେ ଦୁବାଇରୁ ଫେରିଥିବାର ସୂଚନା ରହିଛି । ଏହି ଆକ୍ରାନ୍ତଙ୍କୁ ମିଶାଇ ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ୪ରେ ପହଞ୍ଚିଛି ।
ଏ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ତେବେ ଏହା ପୂର୍ବରୁ ରାଜ୍ୟରେ ୩ ଜଣ କରୋନା ରୋଗୀ ଚିହ୍ନଟ ହୋଇ୍ଥିଲେ। ସମସ୍ତେ ଭୁବନେଶ୍ଵରର ବାସିନ୍ଦା ଥିଲେ। ଏହା ପୂର୍ବରୁ ରାଜ୍ୟରେ ଆଜି ସନ୍ଧ୍ୟା ସୁଦ୍ଧା ୪୭୬ ଜଣଙ୍କ କରୋନା ଚିହ୍ନଟ କରାଯାଇଥିଲା। ମାତ୍ର ତିନି ଜଣ ହିଁ ପଜିଟିଭ୍ ଥିଲେ।
ପୂର୍ବରୁ ତିନି ରୋଗୀଙ୍କ ଚିକିତ୍ସା ଜାରି ରହିଛି। ସେମାନଙ୍କର ସ୍ଵାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି। ସୂଚନାଯୋଗ୍ୟ ସମଗ୍ର ଦେଶରେ ଏ ପର୍ଯ୍ୟନ୍ତ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୩୯୭ରେ ପହଞ୍ଚିଥିବା ବେଳେ ୩୫ ଜଣଙ୍କ ମୃତ୍ୟୁ ଘଟିଲାଣି। ୧୨୩ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସଂକ୍ରମିତଙ୍କ ମଧ୍ୟରେ ମୋଟ୍ ୪୯ ଜଣ ବିଦେଶୀ ନାଗରିକ ଅଛନ୍ତି।