୪୯ ଏନଡିଆରଏଫ ଯବାନ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର : ୪୯ ଏନଡିଆରଏଫ ଯବାନ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। କଟକ ମୁଣ୍ଡଳୀ ଏନଡିଆରଏଫ କ୍ୟାମ୍ପର ୪୯ ଯବାନ ପଜିଟିଭ୍। ୩ଦିନ ତଳେ ଆଉ ଜଣେ ଯବାନ୍ ପଜିଟିଭ୍ ଚିହ୍ନଟ ହୋଇଥିଲେ। ବତ୍ତର୍ମାନ ମୋଟ୍ ୫୦ଜଣ ଯବାନ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏ ନେଇ ଏନଡିଆରଏଫ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ୧୬୭ ଏନଡିଆରଏଫ ଯବାନ୍ ଅମ୍ପନ ମୁକାବିଲା ପାଇଁ ପଶ୍ଚିମବଙ୍ଗ ଯାଇଥିଲେ। ପଶ୍ଚିମବଙ୍ଗରୁ ଫେରିବା ପରେ ସମସ୍ତେ କ୍ୱାଣ୍ଟାଇନରେ ରହିଥିଲେ। ସ୍ୱାବ୍ ଟେଷ୍ଟ ପରେ ୫୦ ଯବାନ୍ କରୋନାରେ ଆକ୍ରାନ୍ତ ହୋଇଛନ୍ତି।