ଭୁବନେଶ୍ୱରରୁ ଆଉ ୪୯ କରୋନ ପଜିଟିଭ ଚିହ୍ନଟ, ୫୩ ସୁସ୍ଥ

ଭୁବନେଶ୍ୱର, ଏନ୍ଏନ୍ଏସ୍: ଭୁବନେଶ୍ୱରରୁ ଆଜି ୪୯ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୩୪ଜଣ କ୍ୱାରେଣ୍ଟାଇନ ଓ ୧୫ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ଏଥିସହିତ ୫୩ଜଣ ଆରୋଗ୍ୟ ଲାଭ କରିଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଘରୋଇ ମେଡିକାଲ କଲେଜର ୩ଜଣ କର୍ମଚାରୀ, ନିର୍ମାଣ ସଂସ୍ଥାର ଜଣେ କର୍ମଚାରୀ, ମଞ୍ଚେଶ୍ୱରରୁ ୫, ନୟାପଲ୍ଲୀରୁ ୪, ଭରତପୁର, ଜାଗମରା, କେଦାର ଗୌରୀ ଛକ, ଖାରବେଳ ନଗର, ୟୁନିଟ-୫, ପୁରୁଣା ଭୁବନେଶ୍ୱରର ବାରିକ ସାହି, ଝାରପଡ଼ା ହନୁମାନ ମନ୍ଦିର ନିକଟରୁ ଜଣେ ଲେଖାଏଁ ରହିଛନ୍ତି। ସେହିପରି ବରମୁଣ୍ଡା, ରସୁଲଗଡ଼, ସୁନ୍ଦରପଦା, ଚନ୍ଦ୍ରଶେଖରପୁର ବିଡିଏ କଲୋନୀ, ଗଙ୍ଗନଗର, ଭିମପୁର, ନୟାପଲ୍ଲୀ ସିତାପୁର ବସ୍ତି, ବରମୁଣ୍ଡା ବିଡିଏ କଲୋନୀ, ସତ୍ୟ ନଗର, ମୈତ୍ରୀ ବିହାର, କଳିଙ୍ଗ ନଗର ଓ ଅନ୍ୟ ଜିଲ୍ଲାର ଜଣେ କରୋନାରେ ସଂକ୍ରମିତ ହୋଇଛନ୍ତି।

ଅନ୍ୟପଟେ ସ୍ଥାନୀୟ ଆକ୍ରାନ୍ତଙ୍କ ମଧ୍ୟରେ ସରକାରୀ ଅଫିସର ଜଣେ କର୍ମଚାରୀ ରହିଥିବା ବେଳେ, ଖଣ୍ଡଗିରିରୁ ୨, ବରମୁଣ୍ଡା, ଗଙ୍ଗନଗର, ୟୁନିଟ-୩ ଖାରବେଳ ନଗର, ୟୁନିଟ-୩ ସରକାରୀ କ୍ୱାର୍ଟର, ବିଜେବି ନଗର, ପୋଖରୀପୁଟ, ଲକ୍ଷ୍ମୀସାଗର, ନୟାପଲ୍ଲୀ ମହିମା ଢାବା, ଭରତପୁର, ନୂଆସାହି, ଟଙ୍କପାଣି ରୋଡ, ପୋଖରୀପୁଟ କୋକିଳାବିହାରରୁ ଜଣେ ଲେଖାଏଁ ରହିଛନ୍ତି।

ଆଜି ସୁସ୍ଥ ହୋଇଥିବା ୫୩ଜଣଙ୍କ ମଧ୍ୟରେ ଲକ୍ଷ୍ମୀସାଗରରୁ ୬ଜଣ, ସାଲିଆ ସାହି ମହାବୀର ନଗର ଓ ଶ୍ରୀରାମ ନଗରରୁ ୪ଜଣ ଲେଖାଏଁ, ଭରତପୁର, ନିଳାଦ୍ରୀ ବିହାର, ୟୁନିଟ-୨, ଶ୍ରୀକୃଷ୍ଣ ନଗର, ପଳାଶପଲ୍ଲୀ, ସତ୍ୟ ନଗର, ମଞ୍ଚେଶ୍ୱର, ଡୁମଡୁମାରୁ ୨ଜଣ ଲେଖାଏଁ, ବରମୁଣ୍ଡା, ଭୋଇସାହି, ଭିମଟାଙ୍ଗି, ଚନ୍ଦ୍ରଶେଖରପୁର, କୋଳଥିଆ, ନୂଆସାହି ଖାରବେଳ ନଗରରୁ ଜଣେ ଲେଖାଏଁ ରହିଛନ୍ତି। ସେହିପରି ଜଣେ ରେଳ କର୍ମଚାରୀଙ୍କ ସମେତ ନୂଆଗାଁ ଓ ଭରତପୁରରୁ ୨ଜଣ ଲେଖାଏଁ, ବାଲିଅନ୍ତା, ନୟାପଲ୍ଲୀ, ଖଣ୍ଡଗିରି, ଶ୍ରାସ୍ତ୍ରୀ ନଗର, ଶୁଖ ବିହାର, ସାଲିଆ ସାହି, ନୟାପଲ୍ଲୀ ନୀଳଚକ୍ର ନଗର, ଚକେଇଶିଆଣୀ ହଡା଼ବାଇ ବସ୍ତି, ଖଣ୍ଡଗିରି, କ୍ରିଷ୍ଣା ଗାର୍ଡେନ, ଭୋଇ ନଗର, ନୟାପଲ୍ଲୀ ଘଡ଼ ସାହି, ଡୁମଡୁମା, ବରମୁଣ୍ଡାରୁ ଜଣେ ଲେଖାଏଁ ଆରୋଗ୍ୟ ଲାଭ କରିଛନ୍ତି।

ସୂଚନାଯୋଗ୍ୟ, ଭୁବନେଶ୍ୱରରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୩୧ ହୋଇଥିବାବେଳେ ୫୭୬ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ୧୧ଜଣଙ୍କର ମୃତ୍ୟୁୁ ଘଟିଛି ଓ ୬୪୨ଜଣ ଚିକିତ୍ସାଧୀନ ଅଛନ୍ତି।