ରାଜ୍ୟରେ ୪୮୫୨ ନୂଆ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଜି ଆଉ ୪,୮୫୨ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୨,୭୬୫ଜଣ ଓ ସ୍ଥାନୀୟ ସଂକ୍ରମଣ ୨,୦୮୭ଜଣ ରହିଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮ଲକ୍ଷ ୪୭ହଜାର ୩୧୩କୁ ବୃଦ୍ଧି ପାଇଛି। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୬୪୯, ଯାଜପୁରରୁ ୩୮୨, ବାଲେଶ୍ୱରରୁ ୩୬୪, କେନ୍ଦ୍ରାପଡ଼ାରୁ ୨୮୭, ଅନୁଗୁଳରୁ ୨୭୫, ପୁରୀରୁ ୨୩୭, ଭଦ୍ରକରୁ ୨୨୨, ମୟୁରଭଞ୍ଜରୁ ୨୧୦, ଜଗତସିଂହପୁରରୁ ୧୮୦, ସୁନ୍ଦରଗଡ଼ରୁ ୧୫୭, ଢେଙ୍କାନାଳରୁ ୧୫୦ ଓ ନୟାଗଡ଼ ଜିଲ୍ଲାରୁ ୧୩୬ଜଣ ରହିଛନ୍ତି। ସେହିପରି ନବରଙ୍ଗପୁରରୁ ୧୦୮, ରାୟଗଡ଼ାରୁ ୧୦୫, ଷ୍ଟେଟପୋଲରୁ ୯୮, କେଉଁଝରରୁ ୯୬, ମାଲକାନଗିରିରୁ ୮୯, କୋରାପୁଟରୁ ୮୮,କନ୍ଧମାଳରୁ ୮୩, ବରଗଡ଼ରୁ ୬୧, କଳାହାଣ୍ଡିରୁ ୬୦, ବୌଦ୍ଧରୁ ୫୭, ଗଜପତିରୁ ୪୮, ସମ୍ବଲପୁରରୁ ୪୧, ଗଞ୍ଜାମରୁ ୪୦, ସୋନପୁରରୁ ୩୫, ବଲାଙ୍ଗିରରୁ ୩୧, ନୂଆପଡ଼ାରୁ ୨୨, ଦେଓଗଡ଼ରୁ ୨୦ ଓ ଝାରସୁଗୁଡ଼ା ଜିଲ୍ଲାରୁ ୧୬ଜଣ ରହିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮ଲକ୍ଷ ୪୭ହଜାର ୩୧୩ ହୋଇଥିବାବେଳେ ୭ଲକ୍ଷ ୮୧ହଜାର ୪୮୮ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ୩,୨୫୭ଜଣଙ୍କର ମୃତ୍ୟୁ ଘଟିଛି ଓ ୬୨ହଜାର ୫୧୫ଜଣ ଚିକିତ୍ସିତ ହେଉଛନ୍ତି।