ରାଜଧାନୀରୁ ନୂଆ ୪୮ ପଜିଟିଭ ଚିହ୍ନଟ

ଭୁବନେଶ୍ୱର, ଏନ୍ଏନ୍ଏସ୍: ରାଜଧାନୀ ଭୁବନେଶ୍ୱରରୁ ଆଜି ୪୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୩୭ ଜଣ ସ୍ଥାନୀୟ ବ୍ୟକ୍ତି ଆକ୍ରାନ୍ତ ହୋଇଥିବାବେଳେ ୧୧ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଭୁବନେଶ୍ୱରରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୦୨୨୭ରେ ପହଞ୍ଚିଛି।

ସେହିପରି ୨୯୩୫୮ଜଣ ସୁସ୍ଥ ହୋଇ ଫେରିଥିବାବେଳେ ୧୯୮ଜଣଙ୍କର ମୃତ୍ୟୁ ହୋଇଛି। ୬୫୦ ଜଣ ଚିକିତ୍ସାଧୀନ ଥିବା ଭୁବନେଶ୍ୱର ମହାନଗରନିଗମ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି। ସେହିପରି ଆଜି ଭୁବନେଶ୍ୱରରୁ ୬୪ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।