୪୮ ଘଣ୍ଟା ପାଇଁ ପୁଲିସ ସେବା ଭବନ ବନ୍ଦ

ଭୁବନେଶ୍ୱର,ଏନ୍ଏନ୍ଏସ୍: କମିଶନରେଟ ପୁଲିସର ସେବା ଭବନ କର୍ମଚାରୀ ଓ ସାଧାରଣ ଲୋକଙ୍କ ପାଇଁ ୪୮ଘଣ୍ଟା ବନ୍ଦ ରହିବ। ଆସନ୍ତା ୧୧ ତାରିଖ ୯ଟାରୁ ୧୩ ତାରିଖ ୯ଟା ପର୍ଯ୍ୟନ୍ତ ସେବା ଭବନ ବନ୍ଦ ରଖାଯିବ । ଆଉ ଏହି ସମୟ ମଧ୍ୟରେ ସମ୍ପୂର୍ଣ୍ଣ କୋଠାକୁ ସାନିଟାଇଜ କରାଯିବ। ଏନେଇ କମିଶନରେଟ ପୁଲିସ ଟ୍ୱିଟ୍ କରି ସୂଚନା ଦେଇଛନ୍ତି।