ଭୁବନେଶ୍ୱର ଓ ଭଦ୍ରକ ସହର ୪୮ ଘଣ୍ଟା ପାଇଁ ସମ୍ପୂର୍ଣ୍ଣ ବନ୍ଦ; ୫ମ କରୋନା ପଜିଟିଭ ଚିହ୍ନଟ ପରେ ପ୍ରଶାସନରେ ଚିନ୍ତା

ଭୁବନେଶ୍ଵର,ଏନ୍ଏନ୍ଏସ୍: ରାଜଧାନୀ ଭୁବନେଶ୍ଵର ଏବଂ ଭଦ୍ରକ ଅଞ୍ଚଳରୁ ୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାରୁ ଏହାକୁ ରୋକିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ଏଥିରେ ଭୁବନେଶ୍ୱର ଓ ଭଦ୍ରକ ସହରକୁ ୪୮ ଘଣ୍ଟା ପାଇଁ ସମ୍ପୂର୍ଣ୍ଣ ସଟ ଡାଉନ ଘୋଷଣା କରାଯାଇଛି। ଏହି ସମୟରେ ସମସ୍ତ ଗ୍ରୋସରି ଓ ପରିବା ଦୋକନ ବନ୍ଦ ରହିବ। ସେହିପରି ସ୍ୱଳ୍ପମାତ୍ରାରେ ଔଷଧ ଦୋକାନ ଖୋଲା ରହିବ ଯାହାକି ସ୍ଥାନୀୟ ପ୍ରଶାସନ ନିଷ୍ପତ୍ତି କରିବ ବୋଲି ଜଣାପଡ଼ିଛି। ସେହିପରି ଏଥିରେ ପୂର୍ବରୁ ଭୁବନେଶ୍ୱର-କଟକ ପୁଲିସ ପ୍ରଶାସନ ପକ୍ଷରୁ ଦିଆଯାଇଥିବା ପାସ୍ ମଧ୍ୟ ରଦ୍ଧ ରହିବ। ତେବେ ଏହି ନିୟମ ଶୁକ୍ରବାର ରାତି ୮ଟାରୁ ଆସନ୍ତା ରବିବାର ରାତି ୮ଟା ପର୍ଯ୍ୟନ୍ତ ଲାଗୁ ହେବ।

କରୋନା ଭୂତାଣୁ ଚେନ୍‌କୁ ଭାଙ୍ଗିବାକୁ ରାଜ୍ୟ ସରକାର ଏଭଳି ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନେଇଥିବା ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି। ଏହି ୪୮ ଘଣ୍ଟା ଏକପ୍ରକାର କର୍ଫ୍ୟୁ ବୋଲି ପୁଲିସ ମହାନିର୍ଦେଶକ କହିଛନ୍ତି। ମାଛ, ମାସଂ, ଅଣ୍ଡା, ପନିପରିବା ଦୋକାନ ବନ୍ଦ ରହିବ। ସେହିପରି ମେଡିକାଲ ସେବା ଉପରେ ମଧ୍ୟ କଟକଣା ଲଗାଯାଇଛି ବୋଲି ପୁଲିସ ଡିଜି ଶ୍ରୀ ଅଭୟ ସୂଚନା ଦେଇଛନ୍ତି। ଏହା ସହିତ ଲୋକମାନେ ଛାନିଆ ନ ହେବାକୁ ଡିଜିପି ପରାମର୍ଶ ଦେଇଛନ୍ତି।