ରାଜ୍ୟରେ ଆଉ ୪,୭୬୧ କରୋନାରେ ସଂକ୍ରମିତ: ସଂଖ୍ୟା ୩ଲକ୍ଷ ୭୭ହଜାର ୪୬୪କୁ ବୃଦ୍ଧି

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଉ ୪,୭୬୧ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୨,୭୮୫ଜଣ ଓ ସ୍ଥାନୀୟ ସଂକ୍ରମଣ ୧୯୭୬ଜଣ ରହିଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୭୭ହଜାର ୪୬୪କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୮୨୦, ସୁନ୍ଦରଗଡ଼ରୁ ୬୭୩, ନୂଆପଡ଼ାରୁ ୫୩୪, ବଲାଙ୍ଗିରରୁ ୩୨୨, ଝାରସୁଗୁଡ଼ାରୁ ୨୩୪, ବରଗଡ଼ରୁ ୧୯୮, ପୁରୀରୁ ୧୯୩, ସମ୍ବଲପୁରରୁ ୧୮୩, କଟକରୁ ୧୭୬, କଳାହାଣ୍ଡିରୁ ୧୬୭, ଷ୍ଟେଟପୋଲରୁ ୧୬୦, ନବରଙ୍ଗପୁର ଜିଲ୍ଲାରୁ ୧୫୪ ଜଣ ରହିଛନ୍ତି। ସେହିପରି କେଉଁଝରରୁ ୧୦୩, ଯାଜପୁର ଓ ମୟୁରଭଞ୍ଜରୁ ୮୬ ଲେଖାଏଁ, ବାଲେଶ୍ୱରରୁ ୮୪, ଅନୁଗୁଳରୁ ୮୧, ଭଦ୍ରକ ଓ ନୟାଗଡ଼ରୁ ୬୩ ଲେଖାଏଁ, ରାୟଗଡ଼ାରୁ ୬୦, କେନ୍ଦ୍ରାପଡ଼ାରୁ ୫୦, ଗଞ୍ଜାମରୁ ୪୯, ସୋନପୁରରୁ ୪୭, କୋରାପୁଟ, ଦେଓଗଡ଼ ଓ ଗଜପତିରୁ ୩୧ ଲେଖାଏଁ, କନ୍ଧମାଳରୁ ୨୫, ବୌଦ୍ଧରୁ ୨୩, ଜଗତସିଂହପୁରରୁ ୨୨, ଢେଙ୍କାନାଳ ଓ ମାଲକାନଗିରି ଜିଲ୍ଲାରୁ ୬ ଲେଖାଏଁ ରହିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୯୬ଲକ୍ଷ ୬୮ହଜାର ୪୦୧ଜଣଙ୍କ କରୋନା ଟେଷ୍ଟ ହୋଇଥିବାବେଳେ ୩ଲକ୍ଷ ୭୭ହଜାର ୪୬୪ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି। ସେଥିମଧ୍ୟରୁ ୩ଲକ୍ଷ ୪୭ହଜାର ୬୩୭ଜଣ ସୁସ୍ଥ ହୋଇଛନ୍ତି, ୧୯୫୩ଜଣଙ୍କର ମୃତ୍ୟୁ ଘଟିଛି ଓ ୨୭,୮୨୧ ଜଣ ଚିକିତ୍ସିତ ହେଉଛନ୍ତି।