ଦେଶରେ ୨୪ ଘଣ୍ଟାରେ କରୋନା ମୃତକଙ୍କ ସଂଖ୍ୟା ୪, ୭୦୬

ନୂଆଦିଲ୍ଲୀ,ଏଜେନ୍ସି: କରୋନା ଭାଇରସ ଭୂତାଣୁ ଜନିତ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଦେଶରେ ଦିନକୁ ଦିନ କରୋନା ଭାଇରସ ସଂକ୍ରମଣ କାୟା ବିସ୍ତାର କରୁଛି। ଏହି ମାରାତ୍ମକ ଭାଇରସ ଯୋଗୁଁ ଶୁକ୍ରବାର ୯ଟା ମଧ୍ୟରେ ମୃତକଙ୍କ ସଂଖ୍ୟା ୪ ହଜାର ୭୦୬କୁ ବୃଦ୍ଧି ପାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଭାରତରେ କରୋନା ଭାଇରସରେ ୧ ଲକ୍ଷ ୬୫ ହଜାର ୭୯୯ ଜଣ ଲୋକ ଆକ୍ରାନ୍ତ ହୋଇଛନ୍ତି। ଏଥିରୁ ୮୯ ହଜାର ୯୮୭ ଜଣ ସକ୍ରିୟ ଆକ୍ରାନ୍ତ ଥିବା ବେଳେ ସୁସ୍ଥ ହୋଇଛନ୍ତି ୭୧ ହଜାର ୧୦୫ ଜଣ।

ବିଗତ ୨୪ ଘଣ୍ଟା ମଧ୍ୟରେ କେବଳ ୭ ହଜାର ୪୬୬ ଜଣ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୧୭୫ ଜଣ ବ୍ୟକ୍ତିଙ୍କର ପ୍ରାଣହାନୀ ଘଟିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ କରୋନା ଭାଇରସରେ ମହାରାଷ୍ଟ୍ରରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ହୋଇଛି। ମହାରାଷ୍ଟ୍ରରେ ୫୯ ହଜାର ୫୪୬ ଜଣ ଆକ୍ରାନ୍ତ ହୋଇଛନ୍ତି। ସେହିପରି ୧୯୮୨ ଜଣ ଜୀବନ ହରାଇଛନ୍ତି। ଗୁଜୁରାଟରେ ୯୬୦, ମଧ୍ୟପ୍ରଦେଶରେ ୩୨୧ ଓ ପଶ୍ଚିମବଙ୍ଗରେ ୨୯୫ ଜଣ ଲୋକ ଜୀବନ ହରାଇଛନ୍ତି। ସେହିପରି ରାଜସ୍ଥାନରେ ୧୮୦, ଦିଲ୍ଲୀରେ ୩୧୬ ଓ ତାମିଲନାଡୁରେ ୧୪୫ ଜଣ ଜୀବନ ହାରିଛନ୍ତି।