ବଢ଼ୁଛି କରୋନା ମୃତ୍ୟୁସଂଖ୍ୟା: ଆଜି ଆଖି ବୁଜିଲେ ଆଉ ୪୭

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ କରୋନା ଯୋଗୁ ଆଉ ୪୭ଜଣଙ୍କର ମୃତ୍ୟୁ ଘଟିଛି। ଫଳରେ ମୋଟ ମୃତ୍ୟୁସଂଖ୍ୟା ୩,୨୫୭କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ଆଜି ପ୍ରାଣ ହରାଇଥିବା କରୋନା ରୋଗୀଙ୍କ ମଧ୍ୟରେ କଟକରୁ ସର୍ବାଧିକ ୫, ଭୁବନେଶ୍ୱର, ଅନୁଗୁଳ ଓ ବରଗଡ଼ରୁ ୪ ଲେଖାଏଁ, ବାଲେଶ୍ୱର, ବୌଦ୍ଧ, ଭଦ୍ରକ, ଢେଙ୍କାନାଳ, ନୟାଗଡ଼ ଓ ଗଞ୍ଜାମରୁ ୩ ଲେଖାଏଁ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ପୁରୀରୁ ୨ ଲେଖାଏଁ, ବଲାଙ୍ଗିର, ଖୋର୍ଦ୍ଧା, ରାୟଗଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି। ସମ୍ପୃକ୍ତ ଆକ୍ରାନ୍ତ କରୋନା ବ୍ୟତୀତ ମଧୁମେହ ଓ ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିଲେ।