ରାଜ୍ୟରେ ଆଉ ୪୬୭ କରୋନା ରୋଗୀ ସୁସ୍ଥ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଉ ୪୬୭ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଫଳରେ ମୋଟ ସୁସ୍ଥ ସଂଖ୍ୟା ୧୦ଲକ୍ଷ ୧୨ହଜାର ୫୮୩କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ସୁସ୍ଥ ହୋଇଥିବା କରୋନା ରୋଗୀଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୧୯୩, କଟକରୁ ୪୪, ଜଗତସିଂହପୁରରୁ ୨୯, ବାଲେଶ୍ୱରରୁ ୨୮, ଯାଜପୁରରୁ ୨୨, ଅନୁଗୁଳରୁ ୧୪, ମୟୁରଭଞ୍ଜ ଓ ପୁରୀରୁ ୧୩ ଲେଖାଏଁ, ଭଦ୍ରକରୁ ୧୨, ଗଜପତିରୁ ୧୦, ସମ୍ବଲପୁରରୁ ୭, ଗଞ୍ଜାମ ଓ କେନ୍ଦ୍ରାପଡ଼ାରୁ ୬ ଲେଖାଏଁ, ରାୟଗଡ଼ାରୁ ୫, କନ୍ଧମାଳରୁ ୪, ଢେଙ୍କାନାଳ ଓ ଝାରସୁଗୁଡ଼ାରୁ ୩ ଲେଖାଏଁ, କୋରାପୁଟ ଓ ସୁନ୍ଦରଗଡ଼ରୁ ୨ ଲେଖାଏଁ, କଳାହାଣ୍ଡି, କେଉଁଝର, ନବରଙ୍ଗପୁର ଓ ନୟାଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ ରହିଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ଲକ୍ଷ ୨୫ହଜାର ୮୭୪ ହୋଇଥିବାବେଳେ ୧୦ଲକ୍ଷ ୧୨ହଜାର ୫୮୩ ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ୮,୧୯୨ଜଣଙ୍କର ମୃତ୍ୟୁ ଘଟିଛି ଓ ୫ହଜାର ୫୧୩ଜଣ ଚିକିତ୍ସିତ ହେଉଛନ୍ତି।