ବଲାଙ୍ଗିର ଜିଲ୍ଲାରୁ ଆଜି ୪୬୧ ଚିହ୍ନଟ

ବଲାଙ୍ଗିର,ଏନ୍‌ଏନ୍‌ଏସ୍ :  ବଲାଙ୍ଗିର ଜିଲ୍ଲାରୁ ଆଜି ପୁଣି ୪୬୧ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରୁ ଜଣାପଡିଛି । ଆଜି ମିଳିଥିବା ସରକାରୀ ରିପୋର୍ଟ ଅନୁସାରେ ଆଗଲପୁର ବ୍ଲକରୁ ୧୦ଜଣ, ବଲାଙ୍ଗିର ବ୍ଲକରୁ ୧୬ଜଣ, ବଲାଙ୍ଗିର ପୌରାଞ୍ଚଳରୁ ୧୪୩ଜଣ, ବଙ୍ଗୋମୁଣ୍ଡା ବ୍ଲକରୁ ୨୦ଜଣ, ବେଲପଡା ବ୍ଲକରୁ ୧୧ଜଣ, ଦେଓଗାଁ ବ୍ଲକରୁ ୩୮ଜଣ, ଗୁଡଭେଲା ବ୍ଲକରୁ ୩୨ଜଣ, କଣ୍ଟାବାଞ୍ଜି ସହରାଞ୍ଚଳରୁ ୧୦ଜଣ, ଖପ୍ରାଖୋଲ ବ୍ଲକରୁ ୫ଜଣ, ଲୋଇସିଂହା ବ୍ଲକରୁ ୧୮ଜଣ, ମୁରିବାହାଲ ବ୍ଲକରୁ ଜଣେ, ପାଟଣାଗଡ ବ୍ଲକରୁ ୧୫ଜଣ, ପାଟଣାଗଡ ହରାଞ୍ଚଳରୁ ୪ଜଣ, ପୁଇଁନ୍ତଳା ବ୍ଲକରୁ ୭ଜଣ, ସଇଁନ୍ତଳା ବ୍ଲକରୁ ୨୧ଜଣ, ଟିଟିଲାଗଡ ଗ୍ରମାଞ୍ଚଳରୁ ୨୭ଜଣ, ଟିଟିଲାଗଡ ସହରାଞ୍ଚଳରୁ ୪୬ଜଣ, ତୁଷୁରା ରୁ ୧୧ଜଣ ଓ ତୁରେକେଲା ବ୍ଲକରୁ ୨୬ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆଜି ସୁଦ୍ଧା ଜିଲ୍ଲାରେ ସମୁଦାୟ ୧୭୪୦୧ ଜଣ ସଂକ୍ରମିତଙ୍କ ମଧ୍ୟରୁ ୧୪୩୧୬ ଜଣ ସୁସ୍ଥ ହୋଇଥିବାବେଳେ ୩୦୩୦ଜଣ ସକ୍ରିୟ ଥିବା ସରକାରୀ ସୂଚନା ରହିଛି ।