କୋରାପୁଟରୁ ୪୬ କରୋନା ପଜିଟିଭ ଚିହ୍ନଟ: ସଂଖ୍ୟା ୧,୧୩୭କୁ ବୃଦ୍ଧି

କୋରାପୁଟ,ଏନ୍ଏନ୍ଏସ୍: କୋରାପୁଟ ଜିଲ୍ଲାରେ ଆଜି ୪୬ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନ କେନ୍ଦ୍ର ଟିଏମସିରୁ ୩ଜଣ, ହୋମ୍ କ୍ୱାରେଣ୍ଟାଇନରୁ ୧୦ଜଣ ଓ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଥିବା ୩୩ ଜଣ ରହିଛନ୍ତି। ଏମାନଙ୍କ ମଧ୍ୟରେ ୨୪ଜଣ ପୁରୁଷ ଓ ୨୨ଜଣ ମହିଳା ରହିଛନ୍ତି। ଏଥିସହିତ ୮ଜଣ ସ୍ୱାସ୍ଥ୍ୟକର୍ମୀ ଓ ଜଣେ ପୁଲିସ କର୍ମଚାରୀ ରହିଥିବା ନେଇ ଜିଲ୍ଲାପାଳ ମଧୁସୂଦନ ମିଶ୍ର ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୧୩୭କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୫୫୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଓ ୫୮୨ ଜଣ ଚିକିତ୍ସିତ ହେଉଛନ୍ତି।