୪,୫୮୭ କରୋନା ରୋଗୀ ସୁସ୍ଥ: ଖୋର୍ଦ୍ଧାରୁ ସର୍ବାଧିକ ୬୭୧

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଉ ୪,୫୮୭ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଫଳରେ ମୋଟ ସୁସ୍ଥ ସଂଖ୍ୟା ୮ଲକ୍ଷ ୪୪ହଜାର ୮୦୧କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ସୁସ୍ଥ ହୋଇଥିବା କରୋନା ରୋଗୀଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୬୭୧, କଟକରୁ ୪୪୦, ବାଲେଶ୍ୱରରୁ ୩୨୦, ଯାଜପୁରରୁ ୩୧୩, ଅନୁଗୁଳରୁ ୨୪୪, ପୁରୀରୁ ୨୪୧, ଭଦ୍ରକରୁ ୨୧୪, ଢେଙ୍କାନାଳ ଓ ମୟୁରଭଞ୍ଜରୁ ୨୧୦ ଲେଖାଏଁ, ଜଗତସିଂହପୁରରୁ ୨୦୨, କେନ୍ଦ୍ରାପଡ଼ାରୁ ୧୮୦, ସୁନ୍ଦରଗଡ଼ରୁ ୧୫୫, ନୟାଗଡ଼ରୁ ୧୩୯ ଓ ନବରଙ୍ଗପୁର ଜିଲ୍ଲାରୁ ୧୨୨ଜଣ ରହିଛନ୍ତି। ସେହିପରି କେଉଁଝରରୁ ୧୧୫, ଷ୍ଟେଟପୋଲରୁ ୯୮, ମାଲକାନଗିରିରୁ ୭୩, କୋରାପୁଟରୁ ୬୮, କନ୍ଧମାଳ ଓ ରାୟଗଡ଼ାରୁ ୬୦ ଲେଖାଏଁ, କଳାହାଣ୍ଡିରୁ ୫୯, ବରଗଡ଼ରୁ ୫୬, ବଲାଙ୍ଗିରରୁ ୫୪, ବୌଦ୍ଧ ଓ ସମ୍ବଲପୁରରୁ ୫୨ ଲେଖାଏଁ, ଗଜପତି ଓ ସୋନପୁରରୁ ୪୧ ଲେଖାଏଁ, ଗଞ୍ଜାମରୁ ୩୩, ଦେଓଗଡ଼ରୁ ୨୯, ଝାରସୁଗୁଡ଼ାରୁ ୨୦ ଓ ନୂଆପଡ଼ା ଜିଲ୍ଲାରୁ ୧୫ଜଣ ରହିଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮ଲକ୍ଷ ୮୦ହଜାର ୫୩୩ ହୋଇଥିବାବେଳେ ୮ଲକ୍ଷ ୪୪ହଜାର ୮୦୧ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ୩,୬୩୩ ଜଣଙ୍କର ମୃତ୍ୟୁ ଘଟିଛି ଓ ୩୨ହଜାର ୪୬ଜଣ ଚିକିତ୍ସିତ ହେଉଛନ୍ତି।