ଆଜି ରାଜ୍ୟରେ ୪୫୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି ପୁଣି ରାଜ୍ୟରେ ୨୪ ଜିଲ୍ଲାରୁ ୪୫୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ ହଜାର ୫୨୬ରେ ପହଞ୍ଚିଛି। ସେହିପରି ଆଜି ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରେ ୩୦୯ ଜଣ ସଂଗରୋଧ କେନ୍ଦ୍ରରୁ ଓ ୧୪୭ ଜଣ ଲୋକାଲରୁ ଅଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ପୁଣି ଗଞ୍ଜାମରୁ ସର୍ବାଧିକ ୧୬୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଯାଜପୁରରୁ ୫୭ ଜଣ, ବରଗଡ଼ରୁ ୩୩ ଜଣ, ନବରଙ୍ଗପୁରରୁ ୨୪ ଜଣ, ଜଗତସିଂହପୁରରୁ ୨୩ ଜଣ, ଖୋର୍ଦ୍ଧାରୁ ୨୧ ଜଣ, ସୁନ୍ଦରଗଡ଼ରୁ ୨୦ ଜଣ, ସମ୍ବଲପୁରରୁ ୧୫ ଜଣ, ବାଲେଶ୍ୱରରୁ ୧୪ ଜଣ, କଟକ ଓ ରାୟଗଡ଼ରୁ ୧୩ ଜଣ ଲେଖାଏଁ, ଭଦ୍ରକରୁ ୧୨ ଜଣ, କୋରାପୁଟରୁ ୧୦ ଜଣ, ମୟୂରଭଞ୍ଜରୁ ୮ ଜଣ, ବଲାଙ୍ଗିରରୁ ୬ ଜଣ, କେନ୍ଦ୍ରାପଡାରୁ ୫ ଜଣ, ନୟାଗଡ଼ରୁ ୪ ଜଣ, କନ୍ଧମାଳ ଓ ପୁରୀରୁ ୩ ଜଣ ଲେଖାଏଁ, କେନ୍ଦୁଝରରୁ ୨ ଜଣ, ଢ଼େଙ୍କାନାଳ, ଗଜପତି, ଅନୁଗୁଳ ଓ କଳାହାଣ୍ଡିରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨ ଲକ୍ଷ ୯୭ ହଜାର ୨୩୪ଟି କରୋନା ଟେଷ୍ଟ କରାଯାଇଥିବା ବେଳେ ୯ ହଜାର ୫୨୬ଟି ପଜିଟିଭ ଆସିଛି। ସେଥିମଧ୍ୟରୁ ୬ ହଜାର ୨୨୪ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୩ ହଜାର ୨୫୪ ସକ୍ରିୟ ମାମଲା ରହିଛି।