ରାଜଧାନୀରୁ ପୁଣି ୪୫ କରୋନା ଆକ୍ରାନ୍ତ ଚିହ୍ନଟ: ୩୧ ସୁସ୍ଥ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜଧାନୀ ଭୁବନେଶ୍ୱରରୁ ଆଜି ୪୫ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୩୭ଟି କ୍ୱାରେଣ୍ଟାଇନ ଓ ୮ଟି ସ୍ଥାନୀୟ ମାମଲା ରହିଛି। ଏଥିସହିତ ଆଜି ୩୧ଜଣ ଆରୋଗ୍ୟ ଲାଭ କରିଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଚିହ୍ନଟ ହୋଇଥିବା ୩୭ଜଣ କ୍ୱାରେଣ୍ଟାଇନଙ୍କ ମଧ୍ୟରୁ ମଞ୍ଚେଶ୍ୱରରୁ ୯ଜଣ, ନୂଆଗାଁରୁ ୬ଜଣ, ଘରୋଇ ହସ୍ପିଟାଲର ୩ଜଣ ମହିଳା କର୍ମଚାରୀ, ଚନ୍ଦ୍ରଶେଖରପୁର, ସହିଦନଗର, ଆଇଗିଣିଆ, ଭରତପୁର, ସତ୍ୟନଗରରୁ ଜଣେ ଲେଖାଏଁ, ମଞ୍ଚେଶ୍ୱର କଳିଙ୍ଗ ବେକେରୀ ପାଖରୁ ୩ଜଣ ରହିଛନ୍ତି। ସେହିପରି ହଁସପାଳ, ଚକେଇସିିଆଣୀ, ଲକ୍ଷ୍ମୀନଗର, ୟୁନିଟ-୪, ଅଶୋକନଗର, ବରମୁଣ୍ଡା ଓ ପୁରୁଣା ଭୁବନେଶ୍ୱରରୁ ଜଣେ ଲେଖାଏଁ , ସରକାରୀ ହସ୍ପିଟାଲର ୪ଜଣ କର୍ମଚାରୀ କରୋନାରେ ସଂକ୍ରମିତ ହୋଇଛନ୍ତି।

ଆଜି ଚିହ୍ନଟ ହୋଇଥିବା ସ୍ଥାନୀୟ ମାମଲା ମଧ୍ୟରୁ ବରମୁଣ୍ଡା, ସାଲିଆସାହି, ଖଣ୍ଡଗିରି, ଡୁମୁଡୁମା ସୁବାସନଗର ବସ୍ତି, ପୁରୁଣା ଭୁବନେଶ୍ୱର, ୟୁନିଟ-୪, ଚନ୍ଦ୍ରଶେଖରପୁର ଓ କେଦାର ଗୌରୀ ଅଞ୍ଚଳରୁ ଜଣେ ଲେଖାଏଁ ରହିଛନ୍ତି।

ଅନ୍ୟପଟେ ଆଜି ସୁସ୍ଥ ହୋଇଥିବା ୩୧ଜଣଙ୍କ ମଧ୍ୟରୁ ମଞ୍ଚେଶ୍ୱରରୁ ୧୬ଜଣ, ୨ଟି ଘରୋଇ ହସ୍ପିଟାଲର ୮ଜଣ କର୍ମଚାରୀ, ନୟାପଲ୍ଲୀ ଓ ୟୁନିଟ-୮ ଡେଲଟା କଲୋନୀରୁ ଜଣେ ଲେଖାଏଁ ଓ ଜୟଦେବ ବିହାରରୁ ୫ଜଣ ରହିଛନ୍ତି।
ସୂଚନାଯୋଗ୍ୟ, ରାଜଧାନୀରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୧୪ ହୋଇଥିବାବେଳେ ୨୪୭ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ୬ଜଣଙ୍କର ମୃତ୍ୟୁ ଘଟିଛି ଓ ୧୬୦ ଜଣ ଚିକିତ୍ସିତ ହେଉଛନ୍ତି।