ରାଜଧାନୀରୁ ୪୫ କରୋନା ପଜିଟିଭ ଚିହ୍ନଟ: କ୍ୱାରେଣ୍ଟାଇନରୁ ୩୫, ସ୍ଥାନୀୟ ୧୦ ମହାନଗରରାଜ୍ୟ By Nitidin On Jul 10, 2020 Share ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜଧାନୀ ଭୁବନେଶ୍ୱରରେ ଆଜି ୪୫ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୩୫ ଓ ସ୍ଥାନୀୟ ଆକ୍ରାନ୍ତ ୧୦ଜଣ ରହିଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି। କ୍ୱାରେଣ୍ଟାଇନ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ସରକାରୀ ହସ୍ପିଟାଲର ୧୧ଜଣ କର୍ମଚାରୀ, ଏବାରଙ୍ଗ ଗୌରୀଧାମରୁ ୪, କଳିଙ୍ଗ ନଗର, ଡୁମଡୁମା ରଘୁନାଥ ନଗର ଓ ପାତ୍ରପଡ଼ାରୁ ୨ ଲେଖାଏଁ ରହିଛନ୍ତି। ସେହିପରି ସାମନ୍ତରାପୁର, ଜୟଦେବ ବିହାର, ଡୁମଡୁମା ଏଚବି କଲୋନୀ, ସତ୍ୟ ବିହାର, କଳିଙ୍ଗନଗର, ସହିଦ ନଗର, ନୟାପଲ୍ଲୀ ଅଞ୍ଚଳର ନୂଆସାହି, ଗଙ୍ଗାନଗର, ଶୁକ ବିହାର, ପୁରୁଣା ଭୁବନେଶ୍ୱର ଓ ବରମୁଣ୍ଡାରୁ ଜଣେ ଲେଖାଏଁ କରୋନାରେ ସଂକ୍ରମିତ ହୋଇଛନ୍ତି। ସେହିପରି ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରେ ଶୁକ ବିହାରରୁ ୨, ବଡଗଡ଼, ପଟିଆ, ଶୈଳଶ୍ରୀ ବିହାର, ବରମୁଣ୍ଡା, ପଳାଶୁଣୀ, ଘଟିକିଆରୁ ଜଣେ ଲେଖାଏଁ ରହିଛନ୍ତି। ଅନ୍ୟପଟେ ସୂର୍ଯ୍ୟନଗରର ଜଣେ ଦାନ୍ତ ଡାକ୍ତର ଓ ଏକ ଘରୋଇ ହସ୍ପିଟାଲର ଜଣେ ଡ୍ରାଇଭର କରୋନାରେ ସଂକ୍ରମିତ ହୋଇଛନ୍ତି। ଆଜି ସୁସ୍ଥ ହୋଇଥିବା ୬ଜଣଙ୍କ ମଧ୍ୟରେ ବାପୁଜୀ ନଗର, ସାଲିଆ ସାହି, ଜାଗମରା, ବରମୁଣ୍ଡା ଏଚବି କଲୋନୀ, ଖଣ୍ଡଗିରି ଓ ନୂଆଗାଁରୁ ଜଣେ ଲେଖାଏଁ ରହିଛନ୍ତି। ସୂଚନାଯୋଗ୍ୟ, ଭୁବନେଶ୍ୱରରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୦୨ ହୋଇଥିବାବେଳେ ୩୦୮ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ୭ଜଣଙ୍କର ମୃତ୍ୟୁ ଘଟିଛି ଓ ୨୮୬ଜଣ ଚିକିତ୍ସାଧୀନ ଅଛନ୍ତି। Share