ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ାରେ ପୁଣି ୪୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୦୭୬କୁ ବୃଦ୍ଧି ପାଇଛି। ସେମାନଙ୍କ ମଧ୍ୟରୁ ୬୧୭ଜଣ ସୁସ୍ଥ ହୋଇଛନ୍ତି, ଜଣଙ୍କର ମୃତ୍ୟୁ ଘଟିଛି ଓ ୪୫୮ ଜଣଙ୍କ ଚିକିତ୍ସା ଜାରି ରହିଛି ।
ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଝାରସୁଗୁଡ଼ା ପୌରପରିଷଦ ଅଞ୍ଚଳରୁ ୬ଜଣ, ବେଲପାହାଡ଼ ପୌରପରିଷଦ ଓ କୋଲାବିରା ଅଞ୍ଚଳରୁ ୨ଜଣ ଲେଖାଏଁ, ବ୍ରଜରାଜନଗର ପୌରପରିଷଦ ଅଞ୍ଚଳରୁ ୧୯ଜଣ, ଲଖନପୁର ବ୍ଲକ ଅଞ୍ଚଳରୁ ୧୨ ଜଣ, ଲଇକେରା ବ୍ଲକ ଓ ଝାରସସୁଗୁଡ଼ା ବ୍ଲକରୁ ଜଣେ ଲେଖାଏଁ ରହିଛନ୍ତି। ଏମାନେ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଥିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।