ଭୁବନେଶ୍ୱରରୁ ଚିହ୍ନଟ ହେଲା ୪୩୯ ନୂଆ କୋଭିଡ ମାମଲା

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜଧାନୀରେ ଆଜି କୋଭିଡ ଦୈନିକ ସଂକ୍ରମଣ ମାମଲା ୫ ଶହ ତଳକୁ ଖସିଛି। ଭୁବନେଶ୍ୱର ମହାନଗର ନିଗମ ରିପୋର୍ଟ ଅନୁସାରେ ଆଜି ରାଜଧାନୀରେ ୪୩୯ଟି ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ସେଥିରୁ ୮୫ ଜଣ ସଂଗରୋଧ କେନ୍ଦ୍ରର ହୋଇଥିବା ବେଳେ ୩୫୪ ଜଣ ସ୍ଥାନୀୟ ସଂକ୍ରମିତ ବୋଲି ଜଣାପଡ଼ିଛି। ସେହିପରି ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରେ ନୟାପଲ୍ଲୀରୁ ସର୍ବାଧିକ ୨୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି ୮୮୧ ଜଣ କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏଥିସହିତ ଭୁବନେଶ୍ୱରରେ ମୋଟ ସଂକ୍ରମଣ ସଂଖ୍ୟା ୮୩ ହଜାର ୬୦୯କୁ ବୃଦ୍ଧି ପାଇଛି। ସେହିପରି ଆଜି ସୁଦ୍ଧା ୭୮ ହଜାର ୧୨୩ ଜଣ ରୋଗୀ ସୁସ୍ଥ ହୋଇସାରିଥିବା ବେଳେ ୩୭୭ ଜଣଙ୍କ ମୃତ୍ୟୁ ହୋଇଛି। ୫୦୮୮ ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି।