ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ କରୋନା ସ୍ଥିତିରେ ସୁଧାର ହେବାରେ ଲାଗିଛି। ଗତ କିଛିଦିନ ହେବ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଅପେକ୍ଷା ସୁସ୍ଥଙ୍କ ସଂଖ୍ୟା ଅଧିକ ରହୁଛି। ଏହି ପରିପ୍ରେକ୍ଷୀରେ ଆଜି ରାଜ୍ୟରେ ୪୩୮୦ ଜଣ କରୋନା ରୋଗୀ ସୁସ୍ଥ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଫଳରେ ରାଜ୍ୟରେ ମୋଟ ୧ ଲକ୍ଷ ୯୦ ହଜାର ୮୦ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି।
ଏହି ମଧ୍ୟରେ ଆଜି ଖୋର୍ଦ୍ଧାରୁ ସର୍ବାଧିକ ୭୭୦ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ସେହିପରି କଟକରୁ ୫୫୮, ଜଗତସିଂହପୁରରୁ ୨୩୩, ସୁନ୍ଦରଗଡ଼ରୁ ୨୩୩, ଯାଜପୁରରୁ ୧୯୮, ପୁରୀରୁ ୧୯୨, ଝାରସୁଗୁଡ଼ାରୁ ୧୬୮, ମୟୂରଭଞ୍ଜରୁ ୧୫୫, ବରଗଡ଼ରୁ ୧୩୫, କେନ୍ଦ୍ରାପଡ଼ାରୁ ୧୨୪, ବାଲେଶ୍ୱରରୁ ୧୨୨, ଅନୁଗୁଳରୁ ୧୧୯, ସମ୍ବଲପୁରରୁ ୧୧୩, ନୟାଗଡ଼ରୁ ୧୦୩, କଳାହାଣ୍ଡିରୁ ୧୦୨, ଢ଼େଙ୍କାନାଳରୁ ୯୦, ନବରଙ୍ଗପୁରରୁ ୮୨, ନୂଆପଡ଼ାରୁ ୭୬, ସୋନପୁରରୁ ୭୫, କେନ୍ଦୁଝରରୁ ୭୨, କନ୍ଧମାଳରୁ ୬୧, ଭଦ୍ରକରୁ ୬୦, କୋରାପୁଟରୁ ୫୩, ବଲାଙ୍ଗିରରୁ ୪୯, ମାଲକାନଗିରିରୁ ୪୬, ଗଞ୍ଜାମରୁ ୪୨, ରାୟଗଡାରୁ ୪୨, ବୌଦ୍ଧରୁ ୩୮, ଦେବଗଡ଼ରୁ ୨୦ ଓ ଗଜପତିରୁ ୧୨ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିସହିତ ଷ୍ଟେଟପୁଲରୁ ୨୩୭ ଜଣ ସୁସ୍ଥ ହୋଇଛନ୍ତି।