ଭୁବନେଶ୍ବର,ଏନ୍ଏନ୍ଏସ୍: ଆସିଲା ଦୈନିକ ସୁସ୍ଥ ରିପୋର୍ଟ। ଗୁରୁବାର ରାଜ୍ୟରୁ ସୁସ୍ଥ ହେଲେ ଆଉ ୩୩୦ କୋରୋନା ଆକ୍ରାନ୍ତ। ତେବେ ନୂଆ ସୁସ୍ଥଙ୍କୁ ମିଶାଇ ୧୨ ଲକ୍ଷ ୭୪ ହଜାର ୭୫୬କୁ ବୃଦ୍ଧି ହୋଇଛି।
ଅନୁଗୋଳରୁ ସର୍ବାଧିକ ୪୪ ଜଣ କୋରୋନାରୁ ସୁସ୍ଥ ହୋଇଥିବାବେଳେ ସୁନ୍ଦରଗଡରୁ ୩୯ ଓ ଖୋର୍ଦ୍ଧାରୁ ୩୬ ଜଣ ଆରୋଗ୍ୟ ଲାଭ କରିଛନ୍ତି। ଗଜପତିରୁ ୨୮, ପୁରୀରୁ ୨୭,କେନ୍ଦୁଝରରୁ ୨୦, ଯାଜପୁରରୁ ୧୬ ଓ ଝାରସୁଗୁଡାରୁ ୧୬ ଜଣ ଆରୋଗ୍ୟ ଲାଭ କରିଛନ୍ତି। ମୟୂରଭଞ୍ଜରୁ ୧୬, ବାଲେଶ୍ବରରୁ ୧୪, କଟକରୁ ୧୦, ଗଞ୍ଜାମରୁ ୧୦ ଓ ସୋନପୁରରୁ ୮ ଜଣ ସୁସ୍ଥ ହୋଇଛନ୍ତି। କୋରାପୁଟରୁ ୬, ରାୟଗଡାରୁ ୬ , ବଲାଙ୍ଗୀରରୁ ୫, ଦେଓଗଡରୁ ୪ ଓ କଳହାଣ୍ତିରୁ ୪ ଜଣ ସୁସ୍ଥ ହୋଇଛନ୍ତି। ସେହିପରି କନ୍ଧମାଳରୁ ୪, ନୂଆପଡାରୁ ୩, ଜଗତସିଂହପୁରରୁ ୨, ନବରଙ୍ଗପୁରରୁ ୨ ଓ ନୟାଗଡରୁ ଜଣ ସୁସ୍ଥ ହୋଇଛନ୍ତି। ଷ୍ଟେଟପୁଲ ୯ ଜଣ ସୁସ୍ଥ ହୋଇଛନ୍ତି।