ରାଜଧାନୀରୁ ଆଉ ୪୩ କୋଭିଡ ପଜିଟିଭ ଚିହ୍ନଟ, ୫୭ ସୁସ୍ଥ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ କରୋନା ଭୂତାଣୁ ସଂକ୍ରମଣ ହାର କମିଛି। ଏହି ପରିପ୍ରେକ୍ଷୀରେ ରାଜ୍ୟ ରାଜଧାନୀରୁ ମଧ୍ୟ ସଂକ୍ରମଣ ହାର କମିବାରେ ଲାଗିଛି। ଭୁବନେଶ୍ୱର ମହାନଗର ନିଗମର ସୂଚନା ଅନୁସାରେ ଆଜି ରାଜଧାନୀରୁ ୪୩ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ୫୭ ଜଣ ସୁସ୍ଥ ହୋଇଛନ୍ତି।

ତେବେ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରେ ୧୨ ଜଣ ସଂଗରୋଧ କେନ୍ଦ୍ରର ହୋଇଥିବାବେଳେ ୩୧ ଜଣ ସ୍ଥାନୀୟ ସଂକ୍ରମଣ ବୋଲି ଜଣାପଡ଼ିଛି।

ଏଥିସହିତ ରାଜଧାନୀରେ ମୋଟ କରୋନା ସଂକ୍ରମଣ ସଂଖ୍ୟା ୩୦,୪୬୧ରେ ପହଞ୍ଚିଛି। ସେଥିରୁ ୨୯,୬୬୦ ଜଣ ସୁସ୍ଥ ହୋଇସାରିଥିବାବେଳେ ୨୦୪ ଜଣଙ୍କ ମୃତ୍ୟୁ ହୋଇସାରିଛି। ଅନ୍ୟପଟେ ୫୭୬ ଜଣ ଚିକିତ୍ସାଧୀନ ଥିବା ଜଣାପଡ଼ିଛି।