ଭୁବନେଶ୍ୱରରେ ୪୨୪ କରୋନାରେ ସଂକ୍ରମିତ: ୧୨୯୫ ସୁସ୍ଥ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜଧାନୀ ଭୁବନେଶ୍ୱରରେ ଆଜି ୪୨୪ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୫୫ଜଣ ଓ ସ୍ଥାନୀୟ ସଂକ୍ରମଣ ୩୬୯ଜଣ ରହିଛନ୍ତି। ଅନ୍ୟପଟେ ୧୨୯୫ଜଣ ସୁସ୍ଥ ହୋଇଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ଭୁବନେଶ୍ୱରରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୦ ହଜାର ୯୦୯ ହୋଇଥିବାବେଳେ ୭୨ହଜାର ୬୦୮ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ୩୫୮ ଜଣଙ୍କର ମୃତ୍ୟୁ ଘଟିଛି ଓ ୭୯୨୨ଜଣ ଚିକିତ୍ସିତ ହେଉଛନ୍ତି।