୩୦ ଜିଲ୍ଲାରୁ ୪,୨୦୯ କରୋନା ପଜିଟିଭ ଚିହ୍ନଟ : ୯ ମୃତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଉ ୪,୨୦୯ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୨,୪୪୧ଜଣ ଓ ସ୍ଥାନୀୟ ସଂକ୍ରମଣରୁ ୧,୭୬୮ଜଣ ରହିଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ଲକ୍ଷ ୭୫ ହଜାର ୫୫୦କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଚିହ୍ନଟ ହୋଇଥିବା ୪,୨୦୯ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୬୬୩, କଟକରୁ ୪୯୧, ପୁରୀରୁ ୩୨୬, ବାଲେଶ୍ୱରରୁ ୧୮୩, ଯାଜପୁରରୁ ୧୭୬, ସମ୍ବଲପୁରରୁ ୧୫୪, ଜଗତସିଂହପୁରରୁ ୧୪୬, କେନ୍ଦ୍ରାପଡ଼ାରୁ ୧୨୩, ସୁନ୍ଦରଗଡ଼ରୁ ୧୨୧ ଓ ବରଗଡ଼ ଜିଲ୍ଲାରୁ ୧୧୬ ଜଣ ରହିଛନ୍ତି।

ଅନ୍ୟପଟେ ଆଜି କରୋନା ଯୋଗୁ ୯ ଜଣଙ୍କର ମୃତ୍ୟୁ ଘଟିଛି। ସେଥିମଧ୍ୟରୁ ବରଗଡ଼ରୁ ସର୍ବାଧିକ ୨, ଭଦ୍ରକ, ବଲାଙ୍ଗିର, କଟକ, ଗଜପତି, ପୁରୀ, ରାୟଗଡ଼ା ଓ ସମ୍ବଲପୁର ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି। ଫଳରେ ୬୯୧ ଜଣଙ୍କର ମୃତ୍ୟୁ ଘଟିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ୨୭ଲକ୍ଷ ୧୫ହଜାର ୮୨୨ ହୋଇଥିବାବେଳେ ୧ଲକ୍ଷ ୭୫ ହଜାର ୫୫୦ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି। ସେଥିମଧ୍ୟରୁ ୧ଲକ୍ଷ ୩୭ ହଜାର ୫୬୭ ଜଣ ସୁସ୍ଥ ହୋଇଛନ୍ତି ଓ ୬୯୧ ଜଣଙ୍କର ମୃତ୍ୟୁ ଘଟିଛି ଓ ୩୭ ହଜାର ୨୩୯ ଜଣ ଚିକିତ୍ସିତ ହେଉଛନ୍ତି।