ନୋଏଡା ଗୁରୁକୁଲରେ ଫସିଛନ୍ତି ୪୨ ଛାତ୍ରଛାତ୍ରୀ ଜିଲ୍ଲାରାଜ୍ୟ By Nitidin On May 4, 2020 Share ବରଗଡ,ଏନ୍ଏନ୍ଏସ୍ : ସାରା ଦେଶରେ ଏବେ କରୋନା ମହାମାରୀ ପାଇଁ ତୃତୀୟ ପ୍ରର୍ଯ୍ୟୟ ଲକଡ଼ାଉନ ଚାଲିଥିବା ବେଳେ ବରଗଡ଼ ଜିଲ୍ଲାର ବହୁ ଶ୍ରମିକ,ଛାତ୍ରଛାତ୍ରୀ ଫସିରହିଛନ୍ତି । ଅପରପକ୍ଷେ କେନ୍ଦ୍ରସରକାର ଓ ରାଜ୍ୟ ସରକାରଙ୍କ ସାହାଯ୍ୟରେ ବିଭିନ୍ନ ସ୍ଥାନକୁ ଅଣା ଯାଉଥିବା ବେଳେ ଏଯାଏ ଫସିଛନ୍ତି ନୋୟଡା ଗୁରୁକୁଲ ଆଶ୍ରମରେ ୪୨ ଛାତ୍ରଛାତ୍ରୀ । ଅପରପକ୍ଷେ ସେମାନଙ୍କୁ ଫେରାଇ ଆଣିବା ପାଇଁ ପରିବାରବର୍ଗ ଜିଲ୍ଲା ପ୍ରଶାସନର ସହଯୋଗ ଆଶାରେ ଥିବାବେଳେ ସାମାଜିକ କର୍ମୀ ଦିବସ କୁମାର ସାହୁ ଏ ନେଇ ଉତ୍ତରପ୍ରଦେଶ ପୋଲିସ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟ୍ୱିଟ କରିଛନ୍ତି । ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡର ବିଭିନ୍ନ ଗ୍ରାମର ୪୨ଜଣ ଛାତ୍ରଛାତ୍ରୀ ନୋୟଡା ଏକ ଗୁରୁକୁଲ ଆଶ୍ରମରେ ରହିଯାଇଛନ୍ତି । ଆଶ୍ରମର ଛୁଟି ଘୋଷଣା ହେବାପରେ ଏବେ ଛାତ୍ରଛାତ୍ରୀଙ୍କୁ ଆଣିବା ପାଇଁ ଚିନ୍ତାରେ ପରିବାର ଲୋକେ । ପଂଚାୟତ ଅଫିସରେ ନାମପଞିକରଣ କରିବା ପରେ କିପରି ଭାବରେ ଆସିବେ ଛାତ୍ରଛାତ୍ରୀ । ଛାତ୍ରଛାତ୍ରୀଙ୍କ ବୟସ ୧୦କୁ ୧୬ ମଧ୍ୟରେ। ଆଣିବା ପାଇଁ ପଦ୍ମପୁର ଉପଜିଲ୍ଲାପାଳ ପାଖରେ ଅଭିଯୋଗ କଲାପରେ ତାକୁ ଅଣଦେଖା କରୁଥିବା କହୁଛନ୍ତି ପରିବାର ଲୋକେ । କିପରି ଭାବରେ ଆଣିବେ ତାହା ରାଜ୍ୟସରକାର ଓ ବରଗଡ ଜିଲ୍ଲାପାଳଙ୍କୁ ଜଣାଇଛନ୍ତି । ହେଲେ ସେହି ଗୁରୁକୁଲ ଆଶ୍ରମରେ ଛୁଟି ଘୋଷଣା ହୋଇଥିବା ଯୋଗୁଁ ସେମାନେ ଫେରି ପାରୁ ନାହାଁନ୍ତି । ଏ ନେଇ ସାମାଜିକ କର୍ମୀ ଦିବସ କୁମାର ସାହୁ ଉତ୍ତର ପ୍ରଦେଶ ପୋଲିସ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟ୍ୱିଟ କରି ଫସି ରହିଥିବା ଛାତ୍ରଛାତ୍ରୀଙ୍କୁ ଫେରାଇ ଆଣିବାକୁ ଅନୁରୋଧ କରିଛନ୍ତି। Share