ଦେବଗଡ଼,ଏନ୍ଏନ୍ଏସ୍: କଳିଙ୍ଗ ଷ୍ଟାଡିୟମରେ ଆସନ୍ତାକାଲିଠୁ ଆୟୋଜିତ ହେବାକୁ ଥିବା ୨ ଦିନିଆ ଓଡ଼ିଶା ସ୍କିଲ କନକ୍ଲେଭ ୨୦୨୩ରେ ଦେବଗଡ଼ରୁ ୪୨ ଜଣିଆ ପ୍ରତିନଧି ଯୋଗ ଦେବେ । ବାରକୋଟ ସରକାରୀ ଆଇଟିଆଇରୁ ୫, ପଲିଟେକନିକରୁ ୫, ଦେବଗଡ଼ ଡିଗ୍ରୀ କଲେଜରୁ ୧୦, ଅନୁସୂଚିତ ଜାତି ଓ ଜନଜାତି ଆଶ୍ରମ ବିଦ୍ୟାଳୟରୁ ୧୦ ଛାତ୍ରଛାତ୍ରୀ ସ୍କିଲ ଓଡ଼ିଶା ପରିଦର୍ଶନରେ ବାହାରିଛନ୍ତି । ଦେବଗଡ଼ ସରକାରୀ ପଲିଟେକନିକରେ ବରିଷ୍ଠ ଅଧ୍ୟାପକ ମୀନକେତନ ମାଝୀଙ୍କ ତତ୍ୱାବଧାନରେ ଛାତ୍ରଛାତ୍ରୀଙ୍କ ସହ ୧୦ ଜଣିଆ ଟିମ ବିଶିଷ୍ଟ ଶିକ୍ଷକଙ୍କୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରୁ ଭୁବନେଶ୍ୱର ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । ଅତିରିକ୍ତ ଜିଲ୍ଲାପାଳ ରେବେକା ବିଲୁଙ୍ଗ ଓ ଉପଜିଲ୍ଲାପାଳ ବ୍ରଜବନ୍ଧୁ ଭୋଇ ସବୁଜ ପତାକା ଦେଖାଇ ଯାତ୍ରାର ଶୁଭାରମ୍ଭ କରିଥିବାବେଳେ ଦେବଗଡ଼ ବନ୍ଦକୁ ଦୃଷ୍ଟିରେ ରଖି ପୁଲିସ ଏସ୍କର୍ଟରେ ସ୍ୱତନ୍ତ୍ର ବସ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିଛି । ଅନ୍ୟପଟେ କନକ୍ଲେଭ ଛାତ୍ରଛାତ୍ରୀଙ୍କ ଦକ୍ଷତା ବୃଦ୍ଧିରେ ସହାୟକ ହେବ ବୋଲି ଛାତ୍ରଛାତ୍ରୀମାନେ ମତବ୍ୟକ୍ତ କରିବା ସହ ରାଜ୍ୟ ସରକାରଙ୍କ ଏଭଳି ଉଦ୍ୟମ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି ।