ନୂଆଦିଲ୍ଲୀ: ସମଗ୍ର ଦେଶରେ କରୋନା ସଂକ୍ରମଣ ଖୁବ୍ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଇତିମଧ୍ୟରେ ଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ୪୨ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ବିଜେପିର କୋର ଗ୍ରୁପର ମିଟିଂ ପୂର୍ବରୁ ସମସ୍ତ କର୍ମଚାରୀଙ୍କ କରୋନା ଟେଷ୍ଟ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୪୨ ଜଣଙ୍କ କରୋନା ରିପୋର୍ଟ ପଜିଟିଭ ଆସିଥିଲା। ସମସ୍ତ ଆକ୍ରାନ୍ତଙ୍କୁ ସେଲ୍ଫ ଆଇସୋଲେସନରେ ରହିବାକୁ କୁହାଯାଇଛି।
ସୂଚନାଯୋଗ୍ୟ, କରୋନା ପଜିଟିଭ ରିପୋର୍ଟ ସାମ୍ନାକୁ ଆସିବା ପରେ ବିଜେପି ମୁଖ୍ୟାଳୟକୁ ସମ୍ପୂର୍ଣ୍ଣ ରୂପେ ସାନିଟାଇଜ କରାଯାଇଛି। ଏଭଳି ସ୍ଥିତିରେ କେବଳ ଜରୁରୀ ଗତିବିଧି ସହିତ ଜଡ଼ିତ ଲୋକ କାର୍ଯ୍ୟାଳୟ ଆସୁଛନ୍ତି। ବିଜେପି ଏକ ନୂଆ ପ୍ରୋଟୋକଲ ପ୍ରସ୍ତୁତ କରିଛି ଯଦ୍ୱାରା କୌଣସି ବୈଠକ ପୂର୍ବରୁ ସମସ୍ତ କର୍ମଚାରୀଙ୍କ କରୋନା ଟେଷ୍ଟ କରାଯିବ।