ନୂଆଦିଲ୍ଲୀ,ଏଜେନ୍ସି: ଭାରତରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୯୦,୮୦୨ କୋଭିଡ ପଜିଟିଭ କେସ ସାମ୍ନାକୁ ଆସିଛି। ଏହାକୁ ମିଶାଇ ଭାରତରେ ମୋଟ କୋଭିଡ-୧୯ କେସ୍ ୪୨ ଲକ୍ଷ ଅତିକ୍ରମ କରିଛି। ଏଥିସହିତ ଦିନକରେ ୧,୦୧୬ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ବର୍ତ୍ତମାନ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୨,୦୪,୬୧୪କୁ ବୃଦ୍ଧି ପାଇଛି। ଏଥିମଧ୍ୟରୁ ୮,୮୨,୫୪୨ ଜଣ ସକ୍ରିୟ ରହିଥିବା ବେଳେ ୭୧,୬୪୨ ଜଣ କରୋନାରେ ପ୍ରାଣ ହରାଇଛନ୍ତି। ଅନ୍ୟପଟେ ୩୨,୫୦,୪୨୯ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ସୂଚନା ରହିଛି।