କୋରାପୁଟ ଜିଲ୍ଲାରେ ୪୧ ପଜିଟିଭ୍ ଚିହ୍ନଟ

କୋରାପୁଟ,ଏନ୍ଏନ୍ଏସ୍: ରବିବାର କୋରାପୁଟ ଜିଲ୍ଲାରେ ୧୪ଜଣ ମହିଳାଙ୍କ ସମେତ ୪୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତ ସଂଖ୍ୟା ୬୮୭୧କୁ ବୃଦ୍ଧି ପାଇଛି। ୪୧ ଆକ୍ରାନ୍ତଙ୍କ ମଧ୍ୟରୁ ୨ଜଣ ଟିଏମସି ର ଓ ୧୯ଜଣ ହୋମ୍ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ୨୦ ଜଣ ପୂର୍ବ ଆକ୍ରାନ୍ତଙ୍କ ସଂଶ୍ୱର୍ଶରେ ଆସି ଆକ୍ରାନ୍ତ ହୋଇଥିବା ଜଣାପଡିଛି।