ରାଜ୍ୟରେ ସୁସ୍ଥ ହେଲେ ଆଉ ୪,୦୯୦ କରୋନା ଆକ୍ରାନ୍ତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ କରୋନା ମହାମାରୀ କାୟା ବିସ୍ତାର କରୁଥିବାବେଳେ ସୁସ୍ଥ ସଂଖ୍ୟା ଲୋକଙ୍କୁ କିଛିମାତ୍ରାରେ ଆଶ୍ୱସ୍ତି କରୁଛି। ଏହି ପରିପ୍ରେକ୍ଷୀରେ ଆଜି ରାଜ୍ୟରେ ପୁଣି ୪,୦୯୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୬୦୫ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ପୁରୀରୁ ୪୧୨, କଟକରୁ ୩୭୧, ବରଗଡ଼ରୁ ୧୬୯, ନବରଙ୍ଗପୁରରୁ ୧୬୦, ସୁନ୍ଦରଗଡ଼ରୁ ୧୫୫, କେନ୍ଦ୍ରାପଡ଼ାରୁ ୧୪୫, ରାୟଗଡ଼ାରୁ ୧୪୫, ଯାଜପୁରରୁ ୧୩୯, ବଲାଙ୍ଗିରରୁ ୧୨୩, ଜଗତସିଂହପୁରରୁ ୧୨୧, କୋରାପୁଟରୁ ୧୨୦, ମୟୂରଭଞ୍ଜରୁ ୧୧୫, ସୋନପୁରରୁ ୧୧୦, ଭଦ୍ରକରୁ ୧୦୪, ସମ୍ବଲପୁରରୁ ୯୯, ଝାରସୁଗୁଡ଼ାରୁ ୯୩, କେନ୍ଦୁଝରରୁ ୯୨, ବାଲେଶ୍ୱରରୁ ୯୧, ନୟାଗଡ଼ରୁ ୮୩, ନୂଆପଡ଼ାରୁ ୭୮, ଅନୁଗୁଳରୁ ୬୬, ଗଞ୍ଜାମରୁ ୫୬, ଢ଼େଙ୍କାନାଳରୁ ୫୦, କଳାହାଣ୍ଡିରୁ ୪୪, ମାଲକାନଗିରିରୁ ୪୪, କନ୍ଧମାଳରୁ ୩୮, ବୌଦ୍ଧରୁ ୧୮, ଗଜପତିରୁ ୧୮, ଦେବଗଡ଼ରୁ ୧୪ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ଷ୍ଟେଟପୁଲରୁ ୨୧୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୧,୪୧,୬୫୭ରେ ପହଞ୍ଚିଛି।