ରାଜ୍ୟରେ କରୋନାରୁ ସୁସ୍ଥ ହେଲେ ୪୦୫୨ ଆକ୍ରାନ୍ତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଓଡ଼ିଶାରେ କରୋନାରେ ସୁସ୍ଥ ହେଲେ ଆଉ ୪୦୫୨ ଆକ୍ରାନ୍ତ। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି। ଏଥି ସହିତ ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା ୧ ଲକ୍ଷ ୫୭ ହଜାର ୨୬୫ରେ ପହଞ୍ଚିଛି।

ସୂଚନା ଅନୁସାରେ ଆଜି ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୭୧୬ ଜଣ ଅଛନ୍ତି। ସେହିପରି କଟକରୁ ୩୭୮, ସୁନ୍ଦରଗଡ଼ରୁ ୧୮୨, ପୁରୀରୁ ୧୮୧, ଜଗତସିଂହପୁରରୁ ୧୬୪, ଯାଜପୁରରୁ ୧୫୨, ଝାରସୁଗୁଡ଼ାରୁ ୧୫୦, ରାୟଗଡ଼ାରୁ ୧୪୬, ମୟୂରଭଞ୍ଜରୁ ୧୩୮, କେନ୍ଦ୍ରାପଡ଼ାରୁ ୧୨୯, ସମ୍ବଲପୁରରୁ ୧୨୮, ସୋନପୁରରୁ ୧୨୬, ଅନୁଗୁଳରୁ ୧୨୨, ନୂଆପଡ଼ାରୁ ୧୨୧, ବାଲେଶ୍ୱରରୁ ୧୧୧, ନବରଙ୍ଗପୁରରୁ ୧୦୧, ବରଗଡ଼ରୁ ୯୭, କୋରାପୁଟରୁ ୯୧, କେନ୍ଦୁଝରରୁ ୮୩, କଳାହାଣ୍ଡିରୁ ୭୯, କନ୍ଧମାଳରୁ ୭୨, ଢ଼େଙ୍କାନାଳରୁ ୭୧, ଭଦ୍ରକରୁ ୬୫, ଗଞ୍ଜାମରୁ ୫୫, ନୟାଗଡ଼ରୁ ୪୫, ବଲାଙ୍ଗିରରୁ ୪୪, ମାଲକାନଗିରିରୁ ୩୬, ଦେବଗଡ଼ରୁ ୨୦, ବୌଦ୍ଧରୁ ୧୭, ଗଜପତିରୁ ୧୫ ଜଣ ଆକ୍ରାନ୍ତ ରହିଛନ୍ତି। ସେହିପରି ଷ୍ଟେଟ ପୁଲରୁ ୨୧୭ ଜଣ ସୁସ୍ଥ ହୋଇଥିବା ସୂଚନା ରହିଛି।