‘ଗାଁ’ରେ ପରିଣତ ହେବ ୪ ହଜାର ପଡ଼ା

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟର ପ୍ରାୟ ୪ ହଜାର ପଡ଼ାକୁ ଗାଁର ମାନ୍ୟତା ମିଳିବାକୁ ଯାଉଛି। ଏନେଇ ସବୁ ଜିଲ୍ଲାପାଳଙ୍କୁ ରାଜସ୍ୱ ସଚିବ ଚିଠି ଲେଖିଛନ୍ତି। ପଡ଼ାରୁ ଗାଁ ହେବା ପାଇଁ ରାଜ୍ୟ ସରକାର ଗାଇଡଲାଇନ ଧାର୍ଯ୍ୟ କରିଛନ୍ତି। ମୂଳ ରାଜସ୍ୱ ଗ୍ରାମଠାରୁ ଅଧ କିମି ଦୂରରେ ଥିବା ପଡ଼ା ଗାଁ ହେବ। ଏଥିସହିତ ଅତି କମରେ ୨୫୦ ଲୋକ ବସବାସ କରୁଥିବେ। ଅଧ କିମି ଦୂର ହୋଇନଥିଲେ ବି ୩୦୦ ଲୋକ ରହୁଥିଲେ ଗାଁ ହେବ ବୋଲି ଜଣାପଡ଼ିଛି।