୪୦ ଖଣ୍ଡ ଶାଳ ପଟା ଜବତ,୨ ଗିରଫ

ଦାରିଙ୍ଗବାଡ଼ି,ଏନ୍ଏନ୍ଏସ୍: ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ବନାଞ୍ଚଳ ଅଧୀନସ୍ଥ ଋଷିମାଳ ସଂରକ୍ଷିତ ଜଙ୍ଗଲ ପୁଇଗୁଡା ଗ୍ରାମ ପାଟଖଣ୍ଡ ମନ୍ଦିର ଜଙ୍ଗଲ ନିକଟରୁ ବନବିଭାଗ ୪୦ ଖଣ୍ଡ ଶାଳ ପଟା ଜବତ କରିବା ସହ ୨ ଜଣ ପଟା କଟାଳିଙ୍କୁ ଗିରଫ କରିଛି। ଏ ନେଇ ବ୍ରାହ୍ମଣୀଗାଁ ବନାଞ୍ଚଳ ଅଧିକାରୀ ପ୍ରଦୀପ ବେହେରା ସୂଚନା ଦେଇଛନ୍ତି। ଗିରଫ ୨ ଜଣ ହେଲେ ପୁଇଗୁଡା ଗ୍ରାମ ଓଡ଼ିଆ ସାହିର ପ୍ରତାପ ପାଇକ ଓ ଆଦିବାସୀ ସାହିର ଦେବାନନ୍ଦ କପଟ ପାତ୍ର।

ଦୁଇ ଜଣ ମିଶି ଜଙ୍ଗଲ ମଧ୍ୟରେ ପଟା କାଟୁଥିବା ବନବିଭାଗ ଏକ ବିଶେଷ ସୂତ୍ରରୁ ଖବରପାଇ ବନାଞ୍ଚଳ ଅଧିକାରୀ ପ୍ରଦୀପ ବେହେରାଙ୍କ ନେତୃତ୍ୱରେ ବନପାଳ ଜୟନ୍ତ ପ୍ରଧାନ, ପ୍ରଫୁଲ କୁମାର ଚୌଧୁରୀ, ବନରକ୍ଷୀ ଦୀପକ ରଞ୍ଜନ ପଟ୍ଟନାୟକ ସମେତ ଅନ୍ୟ କର୍ମଚାରୀ ଚଢ଼ଉ କରିଥିଲେ। ଏହି ପରିପ୍ରେକ୍ଷୀରେ ସେଠାରୁ ୪୦ ଖଣ୍ଡ ଶାଳ ପଟା ଜବତ କରିବା ସହ ୨ ଜଣଙ୍କୁ ଗିରଫ କରାଯାଇଛି। ଫଳରେ ବନବିଭାଗ ୨୯/୨୦-୨୧ରେ ଏକ ମାମଲା ରୁଜୁ କରି ଦୁଇ ଜଣଙ୍କୁ କୋର୍ଟ ଚାଲାଣ କରିଛି। ସେହିପରି ଜବତ ପଟାର ଆନୁମାନିକ ମୂଲ୍ୟ ୫୦ ହଜାର ଟଙ୍କା ହେବ ବୋଲି ଜଣାପଡ଼ିଛି।