ନବରଙ୍ଗପୁର,ଏନ୍ଏନ୍ଏସ୍: ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ବ୍ଲକର ୪୦ଜଣ ମିଶନ ଶକ୍ତି ମହିଳାଙ୍କୁ ଇ-ସ୍କୁଟର ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ଜିଲ୍ଲାପାଳ ଡା. କମଳ ଲୋଚନ ମିଶ୍ର, ଜିଲ୍ଲା ପରିଷଦ ସିଡ଼ିଓ ଅନ୍ୟା ଦାସ ଓ ବିଡିଓ ଶିବ ପ୍ରସାଦ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । ମିଶନ ଶକ୍ତିର ମହିଳାଙ୍କ ଦୀର୍ଘଦିନର ସପ୍ନ ପୂରଣ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମିଶନ ଶକ୍ତି ମହିଳା ।
ମିଶନ ଶକ୍ତି ମହିଳାଙ୍କ ପାଇଁ ଇ-ସ୍କୁଟର ଯୋଜନାର ଶୁଭାରମ୍ଭ ହୋଇଥିବାବେଳେ ସ୍କୁଟର ପାଇଁ ବିନା ସୁଧରେ ୧ ଲକ୍ଷ ଟଙ୍କାର ଋଣ ବ୍ୟବସ୍ଥା କରାଯାଇଛି । ମୁଖ୍ୟମନ୍ତ୍ରୀ ଏହି ଯୋଜନାର ଶୁଭାରମ୍ଭ କରିଥିବାବେଳେ ବୁଧବାର ନବରଙ୍ଗପୁର ଜିଲ୍ଲାର ମିଶନ ଶକ୍ତି ମହିଳାଙ୍କୁ ମଧ୍ୟ ଏହି ଯୋଜନାରେ ଋଣ ପ୍ରଦାନ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ନବରଙ୍ଗପୁର ଜିଲ୍ଲାର ୩୧୯ ଜଣ ମିଶନ ଶକ୍ତି ମହିଳାଙ୍କ ପାଇଁ ଋଣ ଅନୁମୋଦନ ହୋଇଛି ।