୪୦ ଲିଟର ମହୁଲ ମଦ ଜବତ, ୨ ଗିରଫ

ବାଲିଗୁଡା,ଏନ୍ଏନ୍ଏସ୍ପାଟଖଣ୍ଡା ସାହିରେ ସୋମବାର ବାଲିଗୁଡା ପୁଲିସ ଚଢ଼ଉ  କରି ୪୦ଲିଟର ମହୁଲ ମଦ ଜବତ କରିବା ସହ ୨ଜଣଙ୍କୁ ଗିରଫ କରିଛି। ସୂଚନା ଅନୁସାରେ ପାଟଖଣ୍ଡା ସାହିରେ ମହୁଲି ମଦ କାରବାର ଖବରପାଇ ପୁଲିସ ଅଚାନକ ଚଢ଼ଉ କରିଥିଲା। ଏହି ସମୟରେ ପୁଲିସ ୨ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ମହିଳା ସାବିତ୍ରୀ ସାହାଣି ଓ ପ୍ରଶାନ୍ତ କୁମାର ପ୍ରଧାନ।

ସେହିପରି ସେମାନଙ୍କ ନିକଟରୁ ୪୦ଲିଟର ମହୁଲ ଜବତ କରାଯାଇଛି। କେସ୍‌ ନଂ ୧୪୦ ଓ ୧୪୧/୧୯ରେ ମାମଲା ରୁଜୁ କରି କୋର୍ଟଚାଲାଣ କରିଥିବା ବାଲିଗୁଡ଼ା ଆଇଆଇସି ସୂଚନା ଦେଇଛନ୍ତି। ଏଥିସହ ମହାଶିଙ୍ଗି ପଞ୍ଚାୟତରେ ଚଢ଼ଉ କରି ବ୍ୟାପକ ପରିମାଣର ମହୁଲ ପୋଚ ନଷ୍ଟ କରିଥିବା ଜଣାପଡ଼ିଛି।