୨୦୨୦ ଅରବପତି ତାଲିକାରେ ୪୦ ଭାରତୀୟ

ନୂଆଦିଲ୍ଲୀ: କରୋନା କାଳରେ ବିଶ୍ୱର ଅର୍ଥାବ୍ୟସ୍ଥା ବିଗିଡ଼ି ଯାଇଥିଲେ ମଧ୍ୟ ଅରବପତିଙ୍କ ତାଲିକାରେ ୪୦ଜଣ ଭାରତୀୟ ଏଣ୍ଟ୍ରି ମାରିଛନ୍ତି। ଦୁନିଆର ୧୭୭ ଅରବପତିଙ୍କ ମଧ୍ୟରେ ଏହି ୪୦ଜଣ ସ୍ଥାନ ପାଇଛନ୍ତି। ମୁକେଶ ଅମ୍ବାନୀ ୮୩ ବିଲିୟନ ଆମେରିକୀୟ ଡଲାରର ସମ୍ପତ୍ତି ସହ ସବୁଠୁ ଧନୀ ଭାରତୀୟ ହୋଇପାରିଛନ୍ତି। ଏଥର ତାଙ୍କ ସମ୍ପତ୍ତି ୨୪ ପ୍ରତିଶତ ବଢ଼ିଥିବାରୁ ବିଶ୍ୱର ସବୁଠୁ ଧନୀ ତାଲିକାରେ ମୁକେଶ ଅଷ୍ଟମ ସ୍ଥାନରେ ରହିଛନ୍ତି।

ରିପୋର୍ଟ ମୁତାବିକ ଗୁଜୁରାଟର ଗୌତମ ଅଦାନୀଙ୍କ ସମ୍ପତ୍ତି ୨୦୨୦ରେ ଦୁଇ ଗୁଣା ବଢି ୩୨ ବିଲିୟନ ଆମେରିକୀୟ ଡଲାରରେ ପହଞ୍ଚିଯାଇଛି। ଫଳରେ ୨୦ଟି ସ୍ଥାନ ଉପରକୁ ଉଠି ଗୌତମ ବିଶ୍ୱର ସବୁଠୁ ଧନୀ ତାଲିକାରେ ୪୨ତମ ସ୍ଥାନରେ ରହିଛନ୍ତି। ଏଥିସହିତ ଭାରତୀର ଦ୍ୱିତୀୟ ସବୁଠୁ ଧନୀ ହୋଇପାରିଛନ୍ତି। ଅନ୍ୟପଟେ ତାଙ୍କ ଭାଇ ବିନୋଦଙ୍କ ସମ୍ପତ୍ତି ୧୨୮ ପ୍ରତିଶତ ବଢ଼ି ୯.୮ ବିଲିୟନ ଆମେରିକୀୟ ଡଲାର ହୋଇଯାଇଛି।