ଭୁବନେଶ୍ୱରର ୫ଟି ଜାଗାରେ କରୋନା ଟିକା

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆସନ୍ତା ୧୬ ତାରିଖରେ ସମଗ୍ର ଦେଶରେ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବ। ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱରର ୫ଟି ସ୍ଥାନରେ ଟିକା ଦିଆଯିବ। କ୍ୟାପିଟାଲ ହସ୍ପିଟାଲ, ବିଏମସି ହସ୍ପିଟାଲ, ସମ୍ ଓ କିମ୍ସ ହସ୍ପିଟାଲ, ୟୁନିଟ-୪ ସରକାରୀ ହସ୍ପିଟାଲ ସେଣ୍ଟରରେ ଭ୍ୟାକ୍ସିନ ଲଞ୍ଚ କରାଯିବ। ଭୁବନେଶ୍ୱରର ୨୧ ହଜାର ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ଓ ଆଗଧାଡ଼ିର କର୍ମଚାରୀଙ୍କୁ ଟିକା ମିଳିବ। ଏଥିସହିତ ଆଜି ସଂନ୍ଧ୍ୟା ପର୍ଯ୍ୟନ୍ତ ରେଜିଷ୍ଟ୍ରେସନ ଚାଲିବ ବୋଲି ଜଣାପଡ଼ିଛି।