ଘର ଗ୍ରୀଲ ଭାଙ୍ଗି ଚୋରି କରିଥିବା ୪ ଅଭିଯୁକ୍ତ ଗିରଫ

ବଲାଙ୍ଗିର,ଏନ୍ଏନ୍ଏସ୍: ବଲାଙ୍ଗୀର ସହର ମାଲପଡ଼ାରୁ ଏକ ଘରର ଗ୍ରୀଲ ଭାଙ୍ଗି ସୁନା ଗହଣା ସହିତ ଅନ୍ୟାନ୍ୟ ଜିନିଷ ଚୋରି କରିଥିବା ଅଭିଯୋଗରେ ଆଦର୍ଶ ଥାନା ପୁଲିସ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ମାଲଗୋଦାମ ପଡ଼ାର ସୁଶାନ୍ତ ଛତ୍ରିଆ, ମୁକେଶ ହରିପାଲ, ସୁଦପଡ଼ାର ଗୋପାଲ ପୁଟେଲ ଓ ସୋନପୁର ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ ବାଙ୍କିଆର ମୂଳ ଅଧିବାସୀ ସୁଶାନ୍ତ ସେଟ୍ଟୀ।

ସୂଚନା ଅନୁଯାୟୀ ସହରର ମାଲପଡ଼ାରେ ରହୁଥିବା ସନ୍ତୋଷ ଦାସ ନିଜ ପରିବାର ସହିତ କୁଆଡେ ଯାଇଥିଲେ । ପରିବାରର ଅନୁପସ୍ଥିତିର ସୁଯୋଗ ନେଇ ଗତ ୨୬ ତାରିଖ ରାତିରେ ଏହି ଚୋରମାନେ ଘରର ଗ୍ରୀଲ ଭାଙ୍ଗି ଭିତରେ ପସିଥିଲେ । ଘର ଭିତରୁ ସେମାନେ ଏକ ତୋଳା ଓଜର ସୁନା ମାଳି , ୫ ସୁନା ରିଙ୍ଗ , ଦୁଇଟି ସୁନା ଚୁଡି , ଦୁଇଟି ମହିଳାଙ୍କ ମୁଦି, କାନଫୁଲ ଓ ଅନ୍ୟାନ୍ୟ ରୁପା ଅଳଙ୍କାର ଚୋରାଇ ନେଇଥିଲେ। ଏ ନେଇ ସନ୍ତୋଷ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତେବେ ସେମାନେ ଏକ ବଡ ଗ୍ୟାଙ୍ଗ କରି ବହୁ ସ୍ଥାନରୁ ଏଭଳି ଚୋରି କରୁଛନ୍ତି। ତେବେ ଏଥିରେ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୁଲିସ ତଦନ୍ତ ଜାରି ରଖିଛି।