ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ବଡ଼ଗାମ ପୁଲିସ ଓ ଭାରତୀୟ ସେନାର ୫୩ଆରଆର ମିଳିତ ଭାବେ ଏକ ଶୀର୍ଷ ଲସ୍କର ଆତଙ୍କବାଦୀ ବସୀମ ଗନୀ ସମେତ ୩ ଜଣ ସହଯୋଗୀଙ୍କୁ ଗିରଫ କରିଛି। ଏହି ଗ୍ରୁପ୍ ଆତଙ୍କବାଦୀଙ୍କୁ ଆଶ୍ରୟ ଦେବାସହ ରାସନ ସାମଗ୍ରୀ ଯୋଗାଉଥିବା ଜମ୍ମୁ-କଶ୍ମୀର ପୁଲିସ ସୂଚନା ପ୍ରଦାନ କରିଛି। ଗିରଫ ପରେ ଏହି ଆତଙ୍କବାଦୀଙ୍କଠାରୁ ହଥିୟାର ଓ ଗୋଳାବାରୁଦ ଜବତ କରାଯାଇଛି।
ସୂଚନାଯୋଗ୍ୟ ଯେ, ପାକିସ୍ତାନ ଲଗାତାର ଭାବେ ଜମ୍ମୁ-କଶ୍ମୀର ଉପରେ ଆକ୍ରମଣ କରିବାକୁ ଚେଷ୍ଟା ଜାରି ରଖିଛି। ପାକିସ୍ତାନ ସମର ପ୍ଲାନ ଅନ୍ତର୍ଗତ ଲସ୍କର ଓ ଜୈଶ-ଏ-ମହମ୍ମଦ ବ୍ୟାନର ତଳେ ଆତଙ୍କୀ ମନୋଭାବକୁ କାର୍ଯ୍ୟକାରୀ କରୁଥିବା ନିକଟରେ ସୂଚନା ମିଳିଥିଲା। ପାକିସ୍ତାନ ଆଗାମୀ ୧୦ ଦିନ ମଧ୍ୟରେ ସୁରକ୍ଷା ବଳ ଉପରେ ଆକ୍ରମଣ କରିବା ପାଇଁ ଯୋଜନା ପ୍ରସ୍ତୁତ କରୁଥିବା ସୂତ୍ରରୁ ପ୍ରକାଶ ପାଇଛି।