ଜମ୍ମୁ-କଶ୍ମୀରରେ ୪ ଆତଙ୍କବାଦୀ ନିହତ

ଜମ୍ମୁ,ଏଜେନ୍ସି: ଜମ୍ମୁ-କଶ୍ମୀରର ଅନନ୍ତନାଗରେ ବୁଧବାର ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ସଂଘର୍ଷ ଘଟିଛି। ସୁରକ୍ଷାକର୍ମୀଙ୍କ ଗୁଳିରେ ୪ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଏବେ ସେଠାରେ ଅନ୍ୟ କିଛି ଜଣ ଆତଙ୍କବାଦୀ ଲୁଚି ଥିବାର ଆଶଙ୍କା କରାଯାଉଛି। ସେହିପରି ନିହତ ହୋଇଥିବା ଆତଙ୍କବାଦୀ ମାନଙ୍କ ପରିଚୟ ଜଣାପଡିନାହିଁ। ଏହି ଅଞ୍ଚଳରେ କେତେଜଣ ସନ୍ଦିଗ୍ଧ ଲୁଚିଥିବା ନେଇ ସୁରକ୍ଷାକର୍ମୀ ମାନେ ସୂଚନା ପାଇବା ପରେ ବୁଧବାର ସକାଳେ ସେଠାରେ ଘେରାବନ୍ଦୀ କରିବା ସହ ତଲାସୀ ଅଭିଯାନ ଚଳାଇଥିଲେ। ଏତିକିବେଳେ ଆତଙ୍କବାଦୀ ମାନେ ସୁରକ୍ଷାକର୍ମୀଙ୍କୁ ଉପରେ ଗୁଳି ଚଳାଇଥିଲେ। ପରେ ସୁରକ୍ଷାକର୍ମୀ ମାନେ ମଧ୍ୟ ପାଲଟା ଆକ୍ରମଣ କରିଥିିଲେ।