ନୂଆଦିଲ୍ଲୀ,ଏଜେନ୍ସି: ପାକିସ୍ତାନରେ ଗୁରୁଦ୍ୱାର ନାନକାନ ସାହିବ ଉପରେ ହୋଇଥିବା ଆକ୍ରମଣ ଘଟଣାର ସ୍ଥିତି ସମୀକ୍ଷା କରିବା ଲାଗି ଶିରୋମଣି ଗୁରୁଦ୍ୱାର ପ୍ରବନ୍ଧକ କମିଟି (ଏସଜିପିସି) ପକ୍ଷରୁ ଏକ ଚାରିଜଣିଆ ପ୍ରତିନିଧି ଦଳ ଘଟଣାସ୍ଥଳ ପରିଦର୍ଶନ କରିବେ।
ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ ଏସ୍ଜିପିସି ମୁଖ୍ୟ ଗୋବିନ୍ଦ ସିଂ ଲୋଙ୍ଗୱାଲ କହିଛନ୍ତି ଏହି ପ୍ରତିନିଧି ଦଳ ନାନକାନ୍ ସାହିବରେ ଶିଖ୍ ସଂପ୍ରଦାୟର ପରିବାରକୁ ମଧ୍ୟ ଭେଟିବେ। ଶିଖ୍ ସଂପ୍ରଦାୟଙ୍କର ଏହି ଐତିହାସିକ ଧାର୍ମିକ ସ୍ଥଳ ଉପରେ ହୋଇଥିବା ଆକ୍ରମଣକୁ ନିନ୍ଦା କରିବା ସହ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ନେବା ଲାଗି ସେ ପାକିସ୍ତାନ ସରକାରଙ୍କୁ ନିବେଦନ କରିଛନ୍ତି।
ସେ କହିଛନ୍ତି ଏହି ଆକ୍ରମଣ ଦ୍ୱାରା ସେଠାରେ ଥିବା ଶିଖ୍ ସଂପ୍ରଦାୟର ଲୋକମାନଙ୍କ ମନରେ ଆଘାତ ହୋଇଛି। ଲଙ୍ଗୱାଲ କହିଛନ୍ତି ଏସ୍ଜିପିସି ଏହି ପ୍ରସଙ୍ଗକୁ ଜାତିସଂଘରେ ଉଠାଇବ।