ପ୍ଲାଜମା ଦାନ କଲେ ୪ ପୁଲିସ କର୍ମଚାରୀ

କୋରାପୁଟ,ଏନ୍ଏନ୍ଏସ୍ : କରୋନାରୁ ସୁସ୍ଥହୋଇଥିବା ୪ ପୁଲିସ କର୍ମଚାରୀ ପ୍ଲାଜମା ଦାନ କରିଛନ୍ତି। ସେମାନେ ହେଲେ କୋରାପୁଟ ଜିଲ୍ଲା ପୁଲିସରେ କାର୍ଯ୍ୟରତ କନଷ୍ଟେବଳ ରବିନ୍ ରଞ୍ଜନ ଜାଲି , ଜି.ସତୀଶ କୁମାର, ସିଦ୍ଧାର୍ଥ ପାତ୍ର ଏବଂ ହୋମ୍ ଗାର୍ଡ ଏଚ ଖାଡଙ୍ଗା। ଗତକାଲି ଏସଏଲଏନ୍ ମେଡିକାଲ କଲେଜ ଓ ହସ୍ପିଟାଲରେ ପ୍ଲାଜମା ଦାନ କରିଥିବା ଜଣାପଡିଛି। ଏସପି ମୁକେଶ କୁମାର ଭାମୁ ପ୍ଲାଜମା ଦାନ କରିଥିବା କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।