କୋର୍ଟରୁ ଅଭିଯୁକ୍ତ ବାପ-ପୁଅ ଫେରାର, ୪ ପୁଲିସ କର୍ମଚାରୀ ନିଲମ୍ବିତ

କେନ୍ଦୁଝର/ତେଲକୋଇ,ଏନ୍ଏନ୍ଏସ୍: କେନ୍ଦୁଝର କୋର୍ଟରୁ ସୋମବାର ସନ୍ଧ୍ୟାରେ ୨ ମୁଦଲା ଫେରାର ହୋଇଯାଇଥିଲେ । ଏହି ମାମଲାରେ କେନ୍ଦୁଝର ଏସପି ମିତ୍ରଭାନୁ ମହାପାତ୍ର ୪ ଜଣ ପୋଲିସଙ୍କୁ ନିଲମ୍ବିତ କରିଛନ୍ତି । କେନ୍ଦୁଝର ତେଲକୋଇ ଥାନାରେ ଏକ ଜାତିଆଣ ମାମଲା ରୁଜୁ ହୋଇଥିଲା ମାମଲାକୁ ଭିତ୍ତିକରି ତେଲକୋଈ ପୋଲିସ ଏକ କେଶ ପଞ୍ଜିକୃତ କରିଥିଲେ । ଏହି ଘଟଣାରେ ସରୁଅଳି ଗ୍ରାମର ଦାସ ଖୁଣ୍ଟିଆ(୫୨) ଏବଂ ତାଙ୍କ ପୁଅ ଅନିଲ ଖୁଣ୍ଟିଆ ମାନ୍ୟବର ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲେ। ଏଥିରେ ଉଚ୍ଚନ୍ୟାୟାଳୟ ଆଗୁଆ ଜାମିନ ପ୍ରଦାନ କରି ଜିଲ୍ଲା କୋର୍ଟରୁ ଜାମିନରେ ଯିବାକୁ ନିର୍ଦେଶ ଦେଇଥିଲେ।

ତେଣୁ ସୋମବାର ଅଭିଯୁକ୍ତ ବାପପୁଅ କେନ୍ଦୁଝର ଜିଲ୍ଲା ଜଜ କୋର୍ଟରେ ହାଜର ହୋଇ ଜାମିନ ଆବେଦନ କରିଥିଲେ । କିନ୍ତୁ ଜିଲ୍ଲା ଜଜ ଦିନକ ପାଇଁ ସେମାନଙ୍କର ଜାମିନ ଖାରଜ କରିଥିଲେ । ଏବାବଦରେ ସେମାନେ ଜାଣିବା ପରେ କୋର୍ଟରୁ ଚମ୍ପଟ ମାରିଥିବା କେନ୍ଦୁଝର ଟାଉନ ଥାନାରେ କୋର୍ଟ ପୋଲିସ ତରଫରୁ ଅଭିଯୋଗ ହୋଇଛି । ଏହି ଘଟଣାରେ କନେଷ୍ଟବଳ ମନୋରମା ସେଠୀ, ଶିବାନୀ ନାଏକ ଓ ରେଣୁବାଲା ମହାନ୍ତିଙ୍କୁ ନିଲମ୍ବନ କରିଛନ୍ତି । ସେହିପରି ଏସଆଇଙ୍କ ବିରୁଦ୍ଧରେ ମଧ୍ୟ କାର୍ୟ୍ୟାନୁଷ୍ଠାନ ନିଆଯାଇ ତାଙ୍କୁ ମଧ୍ୟ ସସପେଣ୍ଡ୍ କରାଯାଇଛି । ତେବେ ପୁଅକୁ ପୁଲିସ ଧରିଥିବା ସୂଚନା ମିଳିଛି ।