ପ୍ଲାଜମା ଦାନ ପାଇଁ ଝାରସୁଗୁଡ଼ାରୁ ରାଉରକେଲା ଗଲେ ୪ ଜଣ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲାରୁ ଆଜି ୪ ଜଣ ପ୍ଲାଜମା ଦାନ କରିବା ପାଇଁ ରାଉରକେଲା ଯାଇଛନ୍ତି। ଏନେଇ ଝାରସୁଗୁଡ଼ା ଜିଲ୍ଲାପାଳ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ସହ କଥାବାର୍ତ୍ତ କରିବା ସହ ଏହି ୪ ଜଣଙ୍କ ଯାତାୟାତର ବ୍ୟବସ୍ଥା କରିଛନ୍ତି। ପ୍ଲାଜମା ଡୋନରମାନେ ସୁନ୍ଦରଗଡ଼ ପହଞ୍ଚିବା ପରେ ସେମାନଙ୍କର ସ୍କ୍ରିନିଂ ଓ ଅନ୍ୟାନ୍ୟ ଅନୁଷଙ୍ଗିକ ଟେଷ୍ଟ କରାଯିବ। ସୋମବାର ଦିନ ସେମାନେ ପ୍ଲାଜମା ଦାନ କରିବେ।

ସେହିପରି ଏବେ ଝାରସୁଗୁଡ଼ାରୁ ଆଇଜିଏଚ ଯାଇ ଲୋକେ ପ୍ଲାଜମା ଦାନ କରୁଛନ୍ତି ଏବଂ ଭବିଷ୍ୟତରେ ଭିମସାରକୁ ଯାଇ ମଧ୍ୟ ପ୍ଲାଜମା ଦାନ କରିବେ ବୋଲି ଝାରସୁଗୁଡ଼ା ଜିଲ୍ଲାପାଳ ସରୋଜ କୁମାର ସାମଲ କହିଛନ୍ତି। ଝାରସୁଗୁଡ଼ାର କରୋନା ରୋଗୀମାନେ ସୁସ୍ଥ ହେବାର ୨୮ ଦିନ ପରେ ସେମାନଙ୍କର ପ୍ଲାଜମା ଦାନର ଯୋଗ୍ୟତା ଥିଲେ ତାଙ୍କୁ ପ୍ଲାଜମା ଦାନ କରିବା ପାଇଁ ପ୍ରୋତ୍ସାହିତ କରାଯାଉଛି। ଏଯାଏଁ ୩୦ ଜଣ ସୁସ୍ଥ କରୋନା ରୋଗୀ ପ୍ଲାଜମା ଦାନ ପାଇଁ ସହମତି ପ୍ରଦାନ କରିଛନ୍ତି। ଆଗାମୀ ଦିନରେ ଶତ ପ୍ରତିଶତ ସୁସ୍ଥ ରୋଗୀଙ୍କ ଠାରୁ ପ୍ଲାଜମା ସଂଗ୍ରହର ଲକ୍ଷ ରଖାଯାଇଥିବା ବେଳେ ଅନ୍ତତଃ ୮୦ ପ୍ରତିଶତ ସୁସ୍ଥ ରୋଗୀ ପ୍ଲାଜମା ଦାନ କରିବା ପାଇଁ ସହମତି ପ୍ରଦାନ କରିବେ ବୋଲି ଶ୍ରୀ ସାମଲ କହିଛନ୍ତି।