ଭୁବନେଶ୍ୱର,ଏନ୍ଏନ୍ଏସ୍: ଓଡ଼ିଶା ସରକାରଙ୍କ ଦ୍ୱାରା ୪ଜଣ ଆଇପିଏସ୍ ଅଫିସରଙ୍କୁ ଅତିରିକ୍ତ ମହାନିର୍ଦ୍ଦେଶକ(ଏଡିଜି) ପଦକୁ ମନୋନୀତ କରାଯାଇଛି। ପ୍ରଶାସନ ଓ ଜନସମ୍ପର୍କ ବିଭାଗର ସୂଚନା କ୍ରମେ ଶନିବାର ୧୯୯୫ ଆଇପିଏସ୍ ବ୍ୟାଚ୍ର ରାଧାକ୍ରୀଷ୍ଣା ଶର୍ମା, ସୌମେନ୍ଦ୍ର ପ୍ରିୟଦର୍ଶୀ ଓ ସନ୍ତୋଷ ବଳଙ୍କୁ ଏଡିଜିଙ୍କୁପଦୋନ୍ନତି କରାଯାଇଛି।
ସେହିପରି ସମାନ ବ୍ୟାଚ୍ର ଅନ୍ୟଜଣେ ଆଇପିଏସ୍ ଅଫିସର ରୀତୁ ଆରୋରାଙ୍କୁ ସମାନ ପଦକୁ ମନୋନୀତ କରାଯାଇଥିବା ବେଳେ ତାଙ୍କୁ କେନ୍ଦ୍ରୀୟ ପ୍ରତିନିଯୁକ୍ତି ଭାବେ ରଖାଯାଇଛି।
ନରସିଂହ ଭୋଳ, ଅମିତେନ୍ଦ୍ରନାଥ ସିହ୍ନା ଓ ଏସ୍. ପ୍ରବୀଣ କୁମାରଙ୍କୁ କେନ୍ଦ୍ରୀୟ ପ୍ରତିନିଯୁକ୍ତିରୁ ଆଇଜି ର୍ୟାଙ୍କକୁ ମନୋନୀତ କରାଯାଇଛି। ଅନ୍ୟପଟେ ୫ଜଣ ଆଇପିଏସ୍ ଅଫିସର ଅନିରୁଦ୍ଧ କୁମାର ସିଂହ, ଅନୁପ କୁମାର ସାହୁ, ଅମ୍ରିତା ଦାସ, ଅନୁପ କ୍ରୀଷ୍ଣା ଏବଂ ସୁଧା ସିଂହଙ୍କୁ ଡିଆଇଜିର୍ୟାଙ୍କକୁ ମନୋନୀତ କରାଯାଇଛି।