ସୁପ୍ରିମକୋର୍ଟରେ ନିଯୁକ୍ତି ପାଇଁ ୪ ବିଚାରପତିଙ୍କ ନାମ ସୁପାରିସ

ନୂଆଦିଲ୍ଲୀ, ୨୯ା୮/ଏଜେନ୍ସି : ଦେଶର ୪ଟି ରାଜ୍ୟ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ସର୍ବୋଚ୍ଚ ଅଦାଲତର ବିଚାରପତି ଭାବେ ନିଯୁକ୍ତି ଦେବା ଲାଗି ସୁପ୍ରିମ୍କୋର୍ଟ କଲେଜିୟମ୍ ନାମ ସୁପାରିସ୍ କରିଛନ୍ତି। ହିମାଚଳ ପ୍ରଦେଶର ମୁଖ୍ୟ ବିଚାରପତି ଜଷ୍ଟିସ୍ ଭି ସୁବ୍ରମଣିୟମ, ପଞ୍ଜାବ ଓ ହରିଆଣା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ କୃଷ୍ଣ ମୁରାରୀ, ରାଜସ୍ତାନର ମୁଖ୍ୟ ବିଚାରପତି ଜଷ୍ଟିସ୍ ଏସ୍ଏ ରବୀନ୍ଦ୍ର ଭଟ୍ ଓ କେରଳ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ହୃଷିକେଶ ରଏଙ୍କୁ ପଦୋନ୍ନତି ଦେଇ ସୁପ୍ରିମକୋର୍ଟର ବିଚାରପତି ପାଇଁ କଲେଜିୟମ୍ କେନ୍ଦ୍ର ସରକାରଙ୍କୁ ସୁପାରିସ କରିଛନ୍ତି।