ନୂଆଦିଲ୍ଲୀ,ଏଜେନ୍ସି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆମେରିକାରେ କ୍ରେଜ ରହିଛି। ଏହାର ଏକ ଉଦାହରଣ ନିକଟରେ ଦେଖିବାକୁ ମିଳିଛି। ଟ୍ରମ୍ପଙ୍କ ପକ୍ଷରୁ ଶନିବାର ଏକ ଭିଡିଓ ଜାରି କରାଯାଇଛି, ଯାହା ଭାରତୀୟ ଆମେରିକୀୟ ମତଦାତାଙ୍କୁ ଆକର୍ଷିତ କରିବା ଉଦ୍ଦେଶ୍ୟରେ ପ୍ରସ୍ତୁତ କରାଯାଇଛି। ରାଷ୍ଟ୍ରପତି ଭାବେ ଟ୍ରମ୍ପଙ୍କୁ ଆଉ ୪ ବର୍ଷ ମାଗିବା ପାଇଁ ଭିଡିଓରେ ‘ହାଉଡି ମୋଦୀ’ ଓ ‘ନମସ୍ତେ ଟ୍ରମ୍ପ’ କାର୍ଯ୍ୟକ୍ରମର ଭିଡିଓ ସାମ୍ନାକୁ ଆଣାଯାଇଛି।
America enjoys a great relationship with India and our campaign enjoys great support from Indian Americans! 👍🏻🇺🇸 pic.twitter.com/bkjh6HODev
— Kimberly Guilfoyle (@kimguilfoyle) August 22, 2020