ରାଜ୍ୟରେ ସୁସ୍ଥ ହେଲେ ଆଉ ୪ କରୋନା ରୋଗୀ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟ ପାଇଁ ଆଉ ଏକ ଖୁସି ଖବର ଆସିଛି। ଆଜି ରାଜ୍ୟର ଆଉ ୪ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଏ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି। ତେବେ ସୁସ୍ଥଙ୍କ ମଧ୍ୟରେ ୩ ଜଣ ଭଦ୍ରକର ଓ ଜଣେ ବାଲେଶ୍ୱରର ବୋଲି ଜଣାପଡ଼ିଛି। ତେବେ ଆଜି ସେମାନଙ୍କର କରୋନା ରିପୋର୍ଟ ନେଗେଟିଭ ଆସିଛି। ଏଥିସହ ବର୍ତ୍ତମାନ ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା ୬୦ ହୋଇଛି। ସେହିପରି ବର୍ତ୍ତମାନ ଆକ୍ଟିଭ କେସ ୧୦୧ ରହିଛି। ତେବେ ଆଜି ଗୋଟିଏ ଦିନରେ ରାଜ୍ୟରେ ମୋଟ ୫ଜଣ କେରାନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।