ରଥକୁ ବାହୁଡିଲେ ଚତୁର୍ଦ୍ଧା ବିଗ୍ରହ

ପୁରୀ,ଏନ୍ଏନ୍ଏସ୍: ଆଜି ପବିତ୍ର ବାହୁଡା। ଜନ୍ମବେଦୀରୁ ଲୀଳାଖେଳା ସାରି ରତ୍ନବେଦୀକୁ ବାହୁଡ଼ୁଛନ୍ତି ଚତୁର୍ଦ୍ଧା ବିଗ୍ରହ। ଆଜି ସକାଳ ୮ଟାରେ ତିନି ଠାକୁରଙ୍କର ବାହୁଡ଼ାଯାତ୍ରା କରାଯାଇଥିଲା। ସେବାୟତମାନେ ପ୍ରଥମେ ସୁଦର୍ଶନଙ୍କୁ ଗୁଣ୍ଡିଚା ମନ୍ଦିରରୁ ପହଣ୍ଡିରେ ଆଣି ନାକଚଣା ଦ୍ୱାର ନିକଟରେ ଥିବା ରଥରେ ବିଜେ କରାଇଥିଲେ। ପରେ ବଡ଼ଠାକୁର ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କୁ ପହଣ୍ଡିରେ ରଥକୁ ଅଣାଯାଇଛି।

ସେହିପରି କାଳିଆ ସାଆନ୍ତ ଝୁଲିଝୁଲି ଧାଡ଼ି ପହଣ୍ଡିରେ ରଥକୁ ବିଜେ କରିଛନ୍ତି। ଘଣ୍ଟଘଣ୍ଟି, କାହାଳୀ ଧ୍ୱନି, ହରିବୋଲ, ହୁଳହୁଳିରେ ପ୍ରକମ୍ପିତ ହେଉଛି ଶରଧାବାଲି।